logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରାଧ୍ୟାପକ ଦେବେଶ ହୋତା ଏବିଭିପିର ପୂର୍ବପ୍ରାନ୍ତ ଉପସଭାପତି ଏବଂ କ୍ଷିରୋଦ ପଣ୍ଡା ହେଲେ ରାଜ୍ୟ ସହ ସମ୍ପାଦକ

ODISHA/ କଟକ/ମୟୂରଭଞ୍ଜ: (DLH KHABAR) - କଟକ ବାରବାଟୀ ଷ୍ଟାଡିୟମ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହ‌ନ ଚରଣ ମାଝୀ ଉଦଘାଟନ କରିଥିଲେ। ଏଥିରେ ମୟୂରଭଞ୍ଜ ଜିଲାରୁ ଶହେ ଜଣ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଂଶଗ୍ରହଣ କରିଥିଲେ।
ଉଦଯାପନୀ ଦିବସରେ ସଂଗଠନର କାର୍ଯ୍ୟକାରିଣୀ କମିଟି ଘୋଷଣା ହୋଇଛି। ଯେଉଁଥିରେ ରାଜ୍ୟ କାର୍ଯ୍ୟକାରିଣୀ କମିଟିରେ ପ୍ରାଧ୍ୟାପକ ଡ. ଦେବେଶ ହୋତା ପୂର୍ବପ୍ରାନ୍ତ ଉପସଭାପତି ଭାବେ ନିଯୁକ୍ତ ହୋଇଥିବା ବେଳେ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟର ଛାତ୍ରନେତା କ୍ଷୀରୋଦ ପଣ୍ଡା ରାଜ୍ୟ ସ‌ହ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବପ୍ରାନ୍ତ ଉପସଭାପତି ଡ. ହୋତା ଛାତ୍ର ଜୀବନରୁ ଏବିଭିପି ସହିତ ଜଡିତ ରହି ପୂର୍ବରୁ ଜିଲା ପ୍ରମୁଖ, ବିଭାଗ ସହ-ପ୍ରମୁଖ ଏବଂ ନଗର ସଭାପତି ପରି ବହୁ ଦାୟିତ୍ବ ସଫଳତାର ସହ ତୁଲାଇ ଆସିଛନ୍ତି। ପୂର୍ବ ପ୍ରାନ୍ତ ସହ ସମ୍ପାଦକ କ୍ଷିରୋଦ ମଧ୍ୟ ୨୦୧୭ ମସିହାରୁ ସକ୍ରିୟ ଭାବେ କାର୍ଯ୍ୟରତ। ଉଭୟଙ୍କ ଏହି ପଦବୀ ପାଇଁ ସମସ୍ତ ସଦସ୍ୟ ମାନଙ୍କ ଦ୍ବାରା ଶୁଭେଚ୍ଛା ପ୍ରଦାନ କରା ଯାଇଛି।

137
5306 views

Comment