logo

ଡ଼ଃ ମନମୋହନଙ୍କ ବିୟୋଗରେ କଂଗ୍ରେସର ଶୋକସଭା l

ଭାରତରେ ଆର୍ଥିକ ସଂସ୍କାରର ପ୍ରମୁଖ ବିନ୍ଧାଣି, ବିଶିଷ୍ଟ ଅର୍ଥନୀତିଜ୍ଞ, ପୂର୍ବତନ କେନ୍ଦ୍ର ଅର୍ଥ ସଚିବ, କେନ୍ଦ୍ର ଯୋଜନା ବୋର୍ଡର ଉପାଧ୍ୟକ୍ଷ, ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ତଥା ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ଗତକାଲି ନୂଆଦିଲ୍ଲୀସ୍ଥିତ ଏମସ ହସ୍ପିଟାଲରେ ରାତ୍ର ୯:୫୧ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ତାଙ୍କର ୯୨ ବର୍ଷରେ ଦେହାନ୍ତ ଘଟିଲା l ଡ଼ଃ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି l ସ୍ବର୍ଗତ ଡ଼ଃ ସିଂହ କଂଗ୍ରେସ ଦଳର ଦୁଈ ଥର ଭାରତର ପ୍ରଧାନମନ୍ତ୍ରୀ ଥିଲେ l ଆମେରିକା ସହିତ ଆଣବିକ ଚୁକ୍ତି କରି ଚର୍ଚ୍ଚାରେ ଥିଲେ l ମନରେଗା, ସୂଚନା ଅଧିକାର, ଖାଦ୍ୟ ସୁରକ୍ଷା ଆଇନର ପ୍ରଣେତା କରିଥିଲେ l ସେ ଶାନ୍ତି ଓ ସମର୍ପିତ ନେତୃତ୍ୱର ଥିଲେ ବଡ଼ ଚେହେରା l ସେ ପ୍ରଧାନମନ୍ତ୍ରୀ ଭାବେ ଗ୍ରାମୀଣ ଦାରିଦ୍ର ଏବଂ ବେକାରୀ ସମସ୍ୟା ଦୂର କରିବା ପାଇଁ ସେ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ ସହିତ ବହୁ ବିକାଶ କରିଛନ୍ତି l ଆଜି ସ୍ଥାନୀୟ କଂଗ୍ରେସ ଭବନରେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ଜ଼ିଲ୍ଲା ସଭାପତି ସୁନେଶ ଧୀରଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତ ମନମୋହନ ବିୟୋଗରେ ଦୁଈ ମିନିଟ ନିରବ ପ୍ରାର୍ଥନା ପରେ ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାୟକ,ପିସିସି ସଦସ୍ୟ ଲଳିତ ମୋହନ ନାୟକ,ଜ଼ିଲ୍ଲା କଂଗ୍ରେସ ମିଡ଼ିଆ ଅଧକ୍ଷ ଦିଲୀପ କୁମାର ସାହୁ, ସଦର ବିଧାନସଭା ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ସଦର ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ, ଜ଼ିଲ୍ଲା କଂଗ୍ରେସ ସୋସିଆଲ ମିଡ଼ିଆ ସଭାପତି ସୁଢଳ କୁମାର ସେଠି, କଂଗ୍ରେସ ନେତା ରତ୍ନାକର ଜେନା, ରଘୁନାଥ ପାତ୍ର, ଯୁବ କଂଗ୍ରେସ ନେତା ଅମିତ କୁମାର ରାଉତ, ସୁନୀଲ କୁମାର ମୁଣ୍ଡା, ସୁକୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l

5
5638 views