logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ନେଇ ମନ୍ଥନ ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼, ୨୪/୧୨/୨୪: ସ୍ଥାନୀୟ ବିକାଶ ଭବନ ଠାରେ ଆଜି ଆୟୋଜିତ ହୋଇଯାଇଛି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଉପରେ ଏକ ମନ୍ଥନ ଶିବିର। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ, ପାନପୋଷ ଶ୍ରୀ ବିଜୟ ନାୟକ,ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାନପୋଷ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ପରମାନନ୍ଦ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଆଗାମୀ ୫ ବର୍ଷ ଧରି ଚାଲିବାକୁ ଥିବା ଏହି ଅଭିଯାନ ରେ ଚିହ୍ନିତ ହୋଇଥିବା ଜିଲ୍ଲା ର ୮୧୨ ଗୋଟି ଗ୍ରାମ ଯେଉଁଠାରେ କି ୫୦୦ ରୁ ଅଧିକ ଆଦିବାସୀ ଜନସଂଖ୍ୟା ରହୁଛନ୍ତି କିମ୍ବା ଯେଉଁ ଗ୍ରାମ ର ୫୦ ପ୍ରତିଶତ ଆଦିବାସୀ ରହିଛନ୍ତି ସେହି ମାନଙ୍କ ପାଇଁ ଏହି ଅଭିଯାନ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଉଛି। ଆଜିର ଏହି ଜିଲ୍ଲା ସ୍ତରୀୟ ମନ୍ଥନ ଶିବିର କୁ ୟୁ ଏନ୍ ଡି ପି ଦ୍ଵାରା ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୭ ଗୋଟି ବିଭାଗ ର ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ। ଏବଂ ସେମାନଙ୍କ ବିଭାଗ ଦ୍ଵାରା ଚାଲୁଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି କିପରି ଆଦିବାସୀ ଜନଜାତି ରହୁଥିବା ଅଞ୍ଚଳ ମାନଙ୍କରେ ପରିପୂର୍ଣ୍ଣତା ହୋଇ ତାହା ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟକ୍ରମ ରେ ଆଲୋଚନା କରାଯାଇଥିଲା।
ଏହି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଗତ ନଭେମ୍ବର ୧୫ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ର ୨୭ ଟି ଜିଲ୍ଲା ର ୨୪୩ ଗୋଟି ବ୍ଲକର ୭୬୬୭ ଗୋଟି ଗ୍ରାମ ରେ ଏହି ଅଭିଯାନ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଚାଲିବ। ଆଦିବାସୀ ଅଞ୍ଚଳ ମାନଙ୍କରେ ବିକାଶ କୁ ତ୍ୱରାନ୍ୱିତ କରିବା, ସେଠାକାର ଅନୁଷ୍ଠାନ ର ଉନ୍ନତି କରିବା, ଆଦିବାସୀ ମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଜୀବନ ଜୀବିକା ରେ ଉନ୍ନତି ଆଣିବା, ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ।

ଆଜିର ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ୱେଚ୍ଛସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

225
12634 views

Comment