logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ବନଡେଗା ଫାଣ୍ଡିର ମୂର୍କିଆ ଗାଁର ଜଣେ 70 ବର୍ଷ ବୟସ୍କ ବ୍ୟକ୍ତି ନିଆଁ ଲାଗିଥିବା ପାଳ ଗଦାକୁ ଲିଭାଇବାକୁ ଯାଇ ଅର୍ଦ୍ଧ ଦଗ୍ଧ ।


ଆଜି ଡ଼ିସେମ୍ବର 24 ତାରିଖ ମଙ୍ଗଳବାର ଅପରାହ୍ନ 4ଟା ପାଖାପାଖି ଘଟିଛି ଏହି ଦୁଃଖଦ ଘଟଣା। ରୂପନ୍ ଭୂଇଆର୍ ନାମକ ଜଣେ 70 ବର୍ଷ ବୟସ୍କ ବ୍ୟକ୍ତି ନିଆଁ ଲାଗିଥିବା ପାଳ ଗଦାକୁ ନିଆଁ ଦାଉରୁ ବଞ୍ଚାଇବାକୁ ଯାଇ ନିଜେ ନିଆଁରେ ପୋଡି ଅର୍ଦ୍ଧ ଦଗ୍ଧ ହେଇଛନ୍ତି। ତେବେ ତାଙ୍କ ଚିତ୍କାର ଶୁଣି କେତକ ପଥଚାରି ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ନିଆଁ ଦାଉରୁ ରକ୍ଷା କରିବା ସହ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣା ପଡ଼ିଛି ।

239
10953 views

Comment