logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଲୁଗା ଦୋକାନ ରୁ ଚୋରି କରିବା ଅଭିଯୋଗ ରେ 4 ଜଣ ଯୁବକଙ୍କୁ ଖୁଣ୍ଟ ରେ ବାନ୍ଧି ନିସ୍ତୁକ ପିଟିବା ଦ୍ଵାରା ଜଣଙ୍କର ମୃତ୍ୟୁ

ବସ୍ତା:- ୨୩/୧୨/୨୦୨୪ (ସେଖ ଆଜାରୁଦ୍ଦିନ)
ଲୁଗା ଦୋକାନ ରୁ ଚୋରି କରିବା ଅଭିଯୋଗ ରେ 4 ଜଣ ଯୁବକ ଙ୍କୁ ଖୁଣ୍ଟ ରେ ବାନ୍ଧି ନିସ୍ତୁକ ପିଟିଲେ ଦୋକାନୀ ଙ୍କ ପରିବାର ଲୋକେ, ଘଟଣା ସ୍ଥଳରେ ଜଣେ ଯୁବକ ର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ 3 ଜଣ ଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି, ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ,ସୂଚନା ଅନୁଯାୟୀ ସାର୍ଥା ଗ୍ରାମର ଅଜୟ ଦାସ ଙ୍କ ଲୁଗା ଦୋକାନ ରୁ କିଛି ଦିନ ପୂର୍ବରୁ କିଛି ଦୁର୍ବୁର୍ତ୍ତ ତାଲା ଭାଙ୍ଗି ଚୋରି କରି ନେଇ ଥିଲେ, ଏନେଇ ସେ ଥାନା ରେ ଅଭିଯୋଗ କରିଥିଲେ ମଧ୍ଯ ଚୋର ମାନଙ୍କର କୌଣସି ସନ୍ଧାନ ମିଳି ନଥିଲା, ଆଜି ଅଜୟ ଦାସ ଏବଂ ତାଙ୍କ ଦୁଇ ପୂଅ ତାଙ୍କ ଦୋକାନ ରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରୀଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତି ଙ୍କୁ ରାସ୍ତା ପାର୍ଶ୍ବ ରେ ଇଲେକ୍ଟ୍ରିକ ଖୁଣ୍ଟି ରେ ବାନ୍ଧି ଲୁହା ରଡ୍ ରେ ନିସ୍ତୁକ ପିଟି ଥିଲେ, ଘଟଣା ସ୍ଥଳରେ ତ୍ରିଲୋଚନ ଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ 3 ଜଣ ଗୁରୁତର ହୋଇ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି, ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଅଭିଯୁକ୍ତ ଅଜୟ ଦାସ ଏବଂ ତାଙ୍କ ପୂଅ କୁ ପୋଲିସ ଅଟକ ରଖିଛି, ମୃତକ ଙ୍କ ପରିବାର କୁ କ୍ଷତିପୂରଣ ସହ ସମସ୍ତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ।

ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନଙ୍କ ରିପୋର୍ଟ

152
18343 views

Comment