logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହସ୍ପିଟାଲରେ ଚିକିତ୍ସିତ ଅଚିହ୍ନା ବ୍ୟକ୍ତିଙ୍କ ମୃତ

ହସ୍ପିଟାଲରେ ଚିକିତ୍ସିତ ଅଚିହ୍ନା ବ୍ୟକ୍ତିଙ୍କ ମୃତ

ଚିହ୍ନଟ ପାଇଁ ମୃତଦେହ ସଂରକ୍ଷିତ

ବାରିପଦା- ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟ ହୋଇଛି। ବଡ଼ବଜାର ସ୍ଥିତ ଦୋଳି ପଡ଼ିଆ ଅଞ୍ଚଳରେ ରାସ୍ତା କଡ଼କୁ ଜଣେ ଅଜଣା ଯୁବକକୁ ଉଦ୍ଧାର କରି ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ
ହସ୍ପିଟାଲକୁ ଆଣି ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ହୋଇଥିଲା। ମୃତକଙ୍କ ଆନୁମାନିକ ବୟସ ୪୦ ବର୍ଷ ହେବ। ଏନେଇ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଚିହ୍ନଟ ପାଇଁ ୪୮ଘଣ୍ଟା ସଂରକ୍ଷିତ ରଖାଯାଇଛି। ପରିଚୟ ଜାଣିଥିବା ବ୍ୟକ୍ତି ହସ୍ପିଟାଲରେ ପୁଲିସ ଫାଣ୍ଡି ଅଧିକାରୀ ଗୋପାଳ ମାଝୀଙ୍କ ସହ ମୋବାଇଲ ନମ୍ବର ୯୯୩୭୪୩୫୨୩୬ ଯୋଗାଯୋଗ କରିବାକୁ କୁହାଯାଇଛି।

112
2428 views

Comment