logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜରଡା ରାଧାକ୍ରିଷ୍ନା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନି ଦିବସ, ଏନଟିପିସି ନନା ୱାରିଅରସ ଚମ୍ପିଆନ୍

ଜରଡା ରାଧାକ୍ରିଷ୍ନା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନି ଦିବସ, ଏନଟିପିସି ନନା ୱାରିଅରସ ଚମ୍ପିଆନ୍

ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଜରଡା ଠାରେ ରାଧା କ୍ରିଷ୍ନା କ୍ରିକେଟ କ୍ଲବ ତରଫରୁ ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ହାଣ୍ଡିଧୂଆଁ ସହିତ ନନା ୱାରିଅରସ୍ ମଧ୍ୟରେ ନିର୍ଦ୍ଧାରିତ ୬ ଓଭରରେ ୩ ଟି ସିରିଜି ମ୍ୟାଚ୍ ହୋଇଥିବା ବେଳେ ହାଡିଧୂଆଁ କୁ ୨ ଟି ମ୍ୟାଚରେ ନନା ୱାରିଅରସ୍ ପରାସ୍ତ କରି ଚମ୍ପିଆନ୍ ବିବେଚିତ ହୋଇଥିଲା I ଅନ୍ୟପକ୍ଷେ ଶହ ଶହ ଦର୍ଶକ ଙ୍କ ଭିଡ ଜମିଥିବା ବେଳେ ମ୍ୟାଚର ମ୍ୟାନ ଅଫ ଦି ସିରିଜି ଲକି ଦାସ୍,ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ସିତୁ ପ୍ରଧାନ ଙ୍କୁ ବିବେଚନା କରାଯାଇଥିଲା I ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଗ୍ରାମ ସଭାପତି ଆଇନିଜିବୀ ସଚ୍ଚିଦା ନନ୍ଦ ଦେହୁରୀ,ଶିକ୍ଷାବିତି ମଛିନ୍ଦ୍ର ସାହୁ,କଣିହାଁ ଖଣିର ଡେସସ୍ପାଚ ମ୍ୟାନେଜର ଏମ.କେ ମୀନା,ଶ୍ରମିକ ନେତା ଅଭୟ ସାହୁ,ପ୍ରାକ୍ତନ ସରପଞ୍ଚ ଯତୀନ୍ଦ୍ର ସାହୁ,ଗ୍ରାମର ପୂର୍ବତନ ସଭାପତି ସରୋଜ ସାହୁ,ପ୍ରାକ୍ତନ ସମିତିସଭ୍ୟ ଅକ୍ଷୟ କୁମାର ସାମଲ ପ୍ରମୁଖ ଯୋଗଦେଇ ଏନଟିପିସି ନନା ୱାରିଅରସ ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ହାଡିଧୂଆଁ କ୍ରିକେଟ କ୍ରବକୁ ରନର୍ସପ ଭାବେ ପୁରସ୍କୃତ କରାଯାଇଥିଲା Iଆୟୋଜକ ରାଧାକ୍ରିଷ୍ନା କ୍ରିକେଟ୍ କ୍ଲବ ର ସଦସ୍ୟ ତୁସାର ବେହେରା,ବିକାଶ ସାହୁ, ରଣଜିତ ଦେହୁରୀ, ଶୋଭିତି ସାହୁ,ସୂର୍ଯ୍ୟକାନ୍ତ ସାହୁ,ବିକାସ ବେହେରା,ଦିବେନ ଦେହୁରୀ, ଦିପୁନ ସାହୁ, ସନ୍ଦୀପ ବେହେରା, ବିଭୁ ରଞ୍ଜନ ଦେହୁରୀ, ସୌମ୍ୟ ରଞ୍ଜନ ବେହେରା, ସୁଜନ ସାହୁ, ଅଜିତ ସାହୁ, ପ୍ରସାନ୍ତ ଦେହୁରୀ, ରୋହିତ ସାହୁ, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

19
5417 views

Comment