logo

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକ ହେଲେ ଚକିତ।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଓ କମ୍ପନ ସୃଷ୍ଟି ହେଉଥିବା ଘଟଣା ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଦେଖିବାକୁ ମିଳୁଅଛି । ସର୍ବସାଧାରଣ ନାଗରିକ ମାନଙ୍କୁ ଅନୁରୋଧ ଏହି ବିଷୟ ଅର୍ଥାତ୍ ଘଟଣା ପ୍ରତି ଭୟଭୀତ ହେବାର କୌଣସି ଆବଶ୍ଯକତା ନାହିଁ ।

ଏହା ଭାରତର ପ୍ରତିରକ୍ଷା ତଥା ଆକାଶ ବାହିନୀ ବିଭାଗର ବିଷୟ ହୋଇଥିବା କାରଣରୁ ବିସ୍ତାର କରି ପ୍ରକାଶିତ କରିବା ଉଚିତ୍ ହେବ ନାହିଁ । ରାଷ୍ଟ୍ରୀୟ ସୁରକ୍ଷା, ପ୍ରତିରକ୍ଷା ବିଭାଗର ସୁରକ୍ଷା ଓ ଦେଶର ବିଭିନ୍ନ ସୈନିକ ବିଭାଗର ସୁରକ୍ଷା ସମ୍ପର୍କରେ ଖୋଲାେଖାଲି ଆଲୋଚନା କରାଯିବା ଉଚିତ୍ ନୁହେଁ । ରାଷ୍ଟ୍ରିୟ ସୁରକ୍ଷା ତଥା ସମସ୍ତଙ୍କ ସୁରକ୍ଷା କାରଣରୁ ଏହା ଗୋପନୀୟତା ରକ୍ଷା କରିବା ଦେଶର ପ୍ରତ୍ୟେକ ନାଗରିକ ମାନଙ୍କର ମୌଳିକ କର୍ତ୍ତବ୍ଯ ଅଟେ।

ସଂକ୍ଷେପେର ଏତିକି କହିବା ଉଚିତ୍ ହେବ ଯେ, ଭାରତୀୟ ପ୍ରତିରକ୍ଷା ବିଭାଗର ଆକାଶ ବାହିନୀର ଲଢୁଆ ବିମାନ ଗୁଡିକ ନିୟମିତଭାବେ କେନ୍ଦୁଝର ଜିଲ୍ଲାର ଆକାଶ ମାର୍ଗରେ ପ୍ରଶିକ୍ଷଣ କରୁଥିବା କାରଣରୁ ଉକ୍ତ ସୁପରସନିକ୍ ଲଢୁଆ ବିମାନ ରୁ ଭୟଙ୍କର ଶବ୍ଦ ଉତ୍ପନ୍ନ ହେଉଛି । ଏ ବାବଦରେ ଅଧିକ କହିବା ଉଚିତ୍ ହେବ ନାହିଁ । ରାଷ୍ଟ୍ରୀୟ ସୁରକ୍ଷା ତଥା ସମସ୍ତଙ୍କ ସୁରକ୍ଷା କାରଣରୁ ଅଧିକ ଆଲୋଚନା କରିବା ଅନୁଚିତ ଅଟେ । ତେଣୁ ଭୟଙ୍କର ଶବ୍ଦ ଶୁଣି କୌଣସି ପ୍ରକାରର ଭୟଭୀତ ଅଥବା ବିବ୍ରତ ହେବାର ଆବଶ୍ଯକତା ନାହିଁ ।

ନିବେଦକ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

5
1197 views