logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୧୪ ଦିନ ହେଲା ନିଖୋଜ ମହିଳାର ମିଳୁନି ସନ୍ଧାନ : ମାଆର ଫେରିବା ବାଟକୁ ଅପେକ୍ଷା କରିଛି କୁନି ପୁଅ କାହ୍ନା : ମାଆ ବିନା କୁନି ପୁଅ କାହ୍ନାର ସାହା କେହି ନାହିଁ :

ବାଲେଶ୍ଵର:୨୧/୧୧(ବିବିସି ଓଡ଼ିଶା)ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳର ଜଣେ ମହିଳା ଚଳିତ ମାସ ୯ତାରିଖ ଶନିବାର ସ୍ୱାମୀ ନିର୍ଯ୍ୟାତନାର ଶିକାର ହୋଇ ଦୀର୍ଘ ୧୪ଦିନ ଧରି ନିଖୋଜ ଥିବା ଦେଖିବାକୁ ମିଳିଛି।ସୂଚନାନୁଯାୟୀ,ଭୋଗରଇ ଥାନା ଅନ୍ତର୍ଗତ କଖଡ଼ା ପଞ୍ଚାୟତ ଅଧୀନ ଚଣ୍ଡୀପୁର ଗାଁର ସୁଦୀପ୍ତ କରଙ୍କ ପତ୍ନୀ ସ୍ନେହା କର ବୟସ ୩୦ ବର୍ଷ ବାରମ୍ବାର ସ୍ୱାମୀ ନିର୍ଯ୍ୟାତନାର ଶିକାର ହୋଇ ନିର୍ଯ୍ୟାତନା ସହି ଆସୁଥିଲେ।ସ୍ୱାମୀ ସୁଦୀପ୍ତ ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ପରିବାରର ଶାଶୁ, ଶଶୁର କୌଣସି ପ୍ରତିବାଦ କରୁ ନ ଥିଲେ।ଏପରିକି ସ୍ୱାମୀ ସୁଦୀପ୍ତ ପତ୍ନୀ ସ୍ନେହାକୁ ମାଡ଼ ମାରି ଘରୁ ତଡ଼ି ଦେଉଥିଲେ।ଫଳରେ ସ୍ନେହା ବାଧ୍ୟ ହୋଇ ନିଜ ବଡ଼ ଭଉଣୀ କମର୍ଦ୍ଦା ଥାନା ଅଞ୍ଚଳର ବାଲିମ ଗାଁରେ ରହୁଥିଲେ।ସୁଦୀପ୍ତ ସେଠାକୁ ଯାଇ ସ୍ତ୍ରୀକୁ ଗାଳିଗୁଲଜ କରି ଘରକୁ ନେଇ ଆସିଥିଲା।ମାତ୍ର ନଭେମ୍ବର ମାସ ଗତ ୯ତାରିଖରେ ସ୍ନେହା ଘରୁ ସକାଳେ ଶନିଦେଵଙ୍କ ମନ୍ଦିର କୁ ପୂଜାର୍ଚ୍ଚନା କରିବାକୁ ବାହାରି ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ଫେରି ନ ଥିବା ସ୍ନେହାର ଶାଶୁ ନିଖୋଜ ମହିଳାଙ୍କ ଭାଇକୁ ଫୋନ ଯୋଗେ ଜଣାଇଥିଲେ।ଏପଟେ ସ୍ୱାମୀ ସୁଦୀପ୍ତ ସ୍ତ୍ରୀ ନିଖୋଜ ହେବା ନେଇ ଚନ୍ଦନେଶ୍ୱର ପୋଲିସ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରି ସେମାନଙ୍କର ଥିବା ଏକ କୁନି ପୁଅ କାହ୍ନାକୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କରେ ଥିବା ଦେଖିବାକୁ ମିଳିଛି।ଫଳରେ କୁନି ପୁଅ କାହ୍ନା ଖାଇବାକୁ ନପାଇ ବାପା, ମାଆକୁ ହରାଇ ଭୋକ ଉପାସରେ ଜୀବନ କାଳାତିପାତ କରୁଛି।କେଉଁଠି ଅଳିଏ ଖାଇବା ପାଇଁ କୁନି ପୁଅ କାହ୍ନା ଏବେ ପାଇଟି କରୁଛି।ଧୀରେ ଧୀରେ କାହ୍ନାର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ବାରେ ଲାଗିଛି।ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି କୁନି ପୁଅର ଭବିଷ୍ୟତ ଏବେ ଅନିଶ୍ଚିତତା ଓ ଅନ୍ଧକାର ମଧ୍ୟରେ ଗତି କରୁଛି।ପିଲାଟି ମାଆ ବିନା ଅସହାୟ ହୋଇ ମୃତ୍ୟୁର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଅପରପକ୍ଷରେ ନିଖୋଜ ମହିଳାଙ୍କ ମୋବାଇଲ ନମ୍ବର 9937788365 ମୋବାଇଲ ବନ୍ଦ ଥିବାରୁ ସମ୍ପର୍କୀୟ ମାନେ ଖୋଜି ପାଇବାରେ ବାଧା ଉପୁଜୁଛି।ଚନ୍ଦନେଶ୍ୱର ଫାଣ୍ଡି ପୋଲିସ ମଧ୍ୟ ଅଭିଯୋଗ ପାଇ ଉକ୍ତ ଘଟଣାର କୌଣସି ତଦନ୍ତ ନକରି ନିଷ୍କ୍ରିୟ ହୋଇ ବସିଛି।ଯଦି କୌଣସି ସହୃଦୟ ବ୍ୟକ୍ତି ଉକ୍ତ ମହିଳାଙ୍କର ସନ୍ଧାନ ପାଆନ୍ତି, ତେବେ ନିମ୍ନୋକ୍ତ ମୋବାଇଲ ନମ୍ବର ୮୨୬୦୨୮୩୨୪୫/୮୩୬୯୩୯୬୨୩୭/ହ୍ଵାଟ୍ସଆପ ନମ୍ବର ୮୩୪୨୦୪୦୭୮୮ରେ ଜଣାଇବାକୁ ସର୍ବସାଧାରଣରେ ଅନୁରୋଧ କରାଯାଉଛି।

146
4465 views

Comment