କୋରାପୁଟର ନୈସର୍ଗିକ ସୌନ୍ଦର୍ଯ୍ଯ ଶିଳ୍ପୀର କାନଭାସରେ, ଡୁମୁରିପଦର, ଦାମନଯୋଡି,କୋରାପୁଟ, ଓଡିଶା ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ଚିତ୍ରକଳା ଶିବିର
ଦାମନଯୋଡ଼ି,୧୮/୧୧
ଶୀତଦିନେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ଏକ ଚିତ୍ରକଳା ଶିବିର ଏବଂ କର୍ମଶାଳା ଦାମନଯୋଡି ଉପକଣ୍ଠସ୍ଥ ଡୁମୁରିପଦର ସ୍ଥିତ ଉଦ୍ୟୋଷା ରିସୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି।ଚଳିତ ନଭେମ୍ବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ସୁନାମଧନ୍ୟ ଚିତ୍ରଶିଳ୍ପୀ ଯୋଗଦେଇଥିବା ଜଣାପଡିଛି।ଏଥିରେ କଲିକତାରୁ ନାନୀ ଗୋପାଳ ସାହା,ଝାଡ଼ଖଣ୍ଡରୁ ତପନ ରଏ ଏବଂ ଓଡ଼ିଶାରୁ ଭୁପତି ଭୂଷଣ ସୁର,ବ୍ରଜନାରାୟଣ ଷଡ଼ଙ୍ଗୀ,ପ୍ରିୟବଲ୍ଲଭ ସାହୁ,ସରୋଜ କୁମାର ପଟେଲ,ମୁକ୍ତିପଦ ନନ୍ଦି,କ୍ଷେତ୍ରମୋହନ ସେଠୀ ପ୍ରମୁଖ ସୁନାମଧନ୍ୟ ଚିତ୍ରଶିଳ୍ପୀ ଯୋଗଦେଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ପ୍ରଥମଥର ପାଇଁ ଅନୁଷ୍ଠିତ ଏହି ଚିତ୍ରକଳା କର୍ମଶାଳାରେ ଚିତ୍ରଶିଳ୍ପୀମାନେ ନିଜ ନିଜର ଅଭିଜ୍ଞତା ସହ ନୂଆ ଧାରଣା ଓ ବ୍ୟବହାରିକ ଦକ୍ଷତା ପ୍ରଦାନ କରିବା ସହ ସ୍ଥାନୀୟ ଶିଳ୍ପୀ ଓ ଛାତ୍ରଛାତ୍ରୀମାନଙ୍କୁ ଚିତ୍ରକଳା ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେ ଏହି ଶିବିର ଆୟୋଜିତ ହୋଇଥିବା ଆୟୋଜକ ଅଶ୍ୱିନୀ କୁମାର କର ଓ ଶ୍ରୀକାନ୍ତ ଶେଖର କହିଛନ୍ତି।ଉଦଘାଟନୀ ଦିବସରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ପ୍ରୀତିସୁଧା ଜେନା,ନାଲକୋ ହସ୍ପିଟାଲର ଡାକ୍ତର ମନୋଜ ନାୟକ,ବିଶିଷ୍ଟ କବି ଶ୍ରୀଧର ପରିଡା,ଶିକ୍ଷାବିତ ଡଃ ଅଶୋକ କୁମାର ମହାନ୍ତି,ସାମାଜିକ କର୍ମୀ ଲତା ରଏ,ନାଟ୍ୟକାର ଅଶୋକ କର ଓ ସଦାନନ୍ଦ ମାଝି ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।