logo

କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ, ସୁନାବେଡ଼ା,କୋରାପୁଟ, ଓଡିଶା

କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟରେ ଯୁବ ରେଡକ୍ରସ୍ ଶାଖା ପ୍ରତିଷ୍ଠା ଅବସରରେ ତଥା ଜନ ଜାତୀୟ ଗୌରବ ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ।


ସୁନାବେଡ଼ା:- ତା ୧୯.୧୧.୨୦୨୪ ରିଖରେ ସୁନାବେଡାସ୍ଥିତ କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟର ଅଡିଟୋରିମରେ
ଯୁବ ରେଡକ୍ରସ୍ ଶାଖା ପ୍ରତିଷ୍ଠା ଅବସରରେ ଏକ ସଭାର ଆୟୋଜନ କରଯାଇଥିଲା। ଉକ୍ତ ସଭାରେ ଭlରପ୍ରlପ୍ତ କୁଳପତି (ଭାଇସ ଚାନ୍ସେଲର) ପ୍ରଫେସର ନୃସିଂହ ଚରଣ ପଣ୍ଡା ପୌରହିତ୍ୟ କରିବା ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ବିଦ୍ୟାର୍ଥୀ ହେବା ସହ ସମାଜ ସେବା କରିବ ଲଗି ରୁଚି ରଖିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଡଃ ନରେଶ ଚନ୍ଦ୍ର ସାହୁ ଯୋଗ ଦେଇ ରେଡକ୍ରସର ଇତିହାସ, ନିୟମ ଓ ଯୁବରେଡକ୍ରସ ସ୍ବେଚ୍ଛାସେବୀଙ୍କ କର୍ତ୍ତବ୍ୟ ଉପରେ ଗୁରୁ୍ୱାରୋପ କରିଥିଲେ। ଡଃ ପ୍ରଶାନ୍ତ କୁମାର ବେହେରା ଜୁବରେଡକ୍ରସ ପରାମର୍ଶଦାତା ସ୍ଵାଗତ ଭାଷଣ ଦେଇଥିଲେ। ପ୍ରତିଷ୍ଠା ସଭା ପରେ ପରେ ଯୁବ ରେଡକ୍ରସ୍ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରଯାଇଥିଲା। ଉକ୍ତ ଶିବିରରେ ୧୨୩ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ବ୍ଲଡ଼ ବ୍ୟାଙ୍କ ଅଫିସର୍ ଡଃ ମଧୁସୂଦନ ବଳିଆର୍ଶିଂହ ଓ ତାଙ୍କ ଟିମ୍ ଭି ଗଙ୍ଗାଧର, ରଞ୍ଜିତ ସାହୁ, ରବୀନ୍ଦ୍ର ଓ ସଞ୍ଜୟ ରକ୍ତ ସଂଗ୍ରହ କରିଥିଲେ। କେନ୍ଦ୍ରୀୟ ବିଶ୍ଵିଦ୍ୟାଳୟର ଯୁବ ରେଡକ୍ରସର ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନା କରିଥିଲେ। ଶ୍ରୀ ବେହେରାଙ୍କ ନେତୃତ୍ବରେ ବିର୍ଷlମୁଣ୍ଡl ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି।

38
2089 views