logo

କୋଟିଆ ଅଞ୍ଚଳରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ, କୋଟିଆ, କୋରାପୁଟ, ଓଡିଶା

କୋଟିଆ ଅଞ୍ଚଳରେ ୭୯ ଜଣଙ୍କ ଚକ୍ଷୁ ପରୀକ୍ଷା, ୩୪ଜଣଙ୍କୁ ଚଷମା ବଣ୍ଟନ
ଦାମନଯୋଡ଼ି,୧୯/୧୧:ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ପକ୍ଷରୁ ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତ ଥୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଏକ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଥୁରିଆ,କରଞ୍ଜଗୁଡା,ବାରାବନ୍ଧ,ଟାଉପଦର,ମାଥଲାମ ଆଦି ଗ୍ରାମର ୭୯ଜଣ ବ୍ୟକ୍ତି ଯୋଗ ଦେଇଥିଲେ।୧୫ଜଣଙ୍କ ଠାରେ ମୋତିଆବିନ୍ଦୁ ଚି଼ହ୍ନଟ,ଚାଳିଶିଆ ଦୃଷ୍ଟିଦୋଷ ଥିବା ୩୪ବ୍ୟକ୍ତିଙ୍କୁ ମାଗଣା ଚଷମା ସହିତ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା.ଭାଗବତ ମୁର୍ମୁଙ୍କ ତତ୍ୱାବଧାନରେ ତଥା ବିପିଏମ ରଶ୍ମିତା ସ୍ୱାନ,ପିଏଚଇଓ ଆରତୀ ଗୁଡିଆ ଓ ସୁପରଭାଇଜର ସୁବ୍ରତ ଶର୍ମାଙ୍କ ନେତୃତ୍ୱରେ ଶିବିର ଆୟୋଜନ ହୋଇଥିଲା।ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ଆଶାକର୍ମୀ ମଥାମଣି ପାଙ୍ଗି,ବାସନ୍ତୀ ଖିଲ,ସୁନିତା ପାଙ୍ଗି ଓ ସଂଗୀତା ଖରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

21
1087 views