logo

ସିଦିଏମଓ ଙ୍କୁ ସାକ୍ଷାତ କରି ବିଭିନ୍ନ ଅସୁବିଧା ଜଣେଇ ତାର ପ୍ରତିକାର ଦାବି କଲା ବିଜେଡି !

ସୁନ୍ଦରଗଡ ତା 19.11.24 ରିଖ :-
ଆଜି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଦିଏମଓ) ଡ଼ା. ବିଭୁତି ଭୂଷଣ ପାଢ଼ୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ବିଜେଡିର ବରିଷ୍ଠନେତା ତଥା ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ଏବଂ ବିଜେଡି ଯୁବନେତା ସଞ୍ଜୟ ପଟ୍ଟନାୟକ ସାକ୍ଷାତ କରି ବିଭିନ୍ନ ଅସୁବିଧା ବିଷୟରେ ତାଙ୍କୁ ଜଣେଇ ସେଗୁଡିକର ଶୀଘ୍ର ସମାଧାନ କରିବାପାଇଁ ଦାବି କରିଥିଲେ ! ବିଧାୟକ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀ ସିଦିଏମଓଙ୍କୁ କହିଥିଲେ ଡାକ୍ତରଖାନାରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ସେବା ଯୋଗେଇବାକୁ ଦାବି କରିଥିଲେ ! ବରିଷ୍ଠ ନାଗରିକମାନେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ସମୟରେ ତାଙ୍କୁ ସ୍ୱତନ୍ତ୍ର ଧାଡ଼ିରେ ପ୍ରଥମେ ଆଉଟଡୋର ଟିକେଟ କରିବା ସମୟରେ, ଡାକ୍ତରଙ୍କୁ ଦେଖେଇବା ଓ ସେମାନଙ୍କର ଯେକୌଣସି ପରୀକ୍ଷା କରେଇବା ସମୟରେ ଏବଂ ଔଷଧ ନେବା ସମୟରେ ସେମାନଙ୍କୁ ପ୍ରଥମେ ସୁଯୋଗ ଦେବା ପାଇଁ ଦାବି କରିଥିଲେ ! ଡାକ୍ତରଖାନାରେ ପୂର୍ବତନ ସରକାରଙ୍କ ସମୟରୁ ଏକ ବଡ଼ ଅତ୍ୟାଧୁନିକ ଏକ୍ସରେ ମେସିନ ଆସି ବ୍ୟବହୁତ ନ ହୋଇ ପଡ଼ି ଥିବାରୁ ରୋଗୀମାନେ ଆଗରୁ ଥିବା ପୁରୁଣା ମେସିନରେ ତାଙ୍କ ଏକ୍ସରେ କରେଇବା ସମୟରେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି ! ତେଣୁ ଅତିଶୀଘ୍ର ଏହି ନୂତନ ଏକ୍ସରେ ମେସିନକୁ ଚାଲୁ କରିବାଲାଗି ଦାବି କରିଥିଲେ ! ଦାବି ଗୁଡ଼ିକ ଶୁଣିବାପରେ ଖୁବଶୀଘ୍ର ପୂରଣ କରାଯିବ ବୋଲି ସିଡୀଏମଓ ନିର୍ଭର ପ୍ରତିଶୃତି ଦେଇଥିଲେ ! ଏହି ସବୁ ଦାବି କରିବା ସମୟରେ ବିଧାୟକ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ସହିତ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ଏବଂ ବିଜେଡି ନେତା ସଞ୍ଜୟ ପଟ୍ଟନାୟକ ଉପସ୍ଥିତ ଥିଲେ "

0
0 views