*ସାମ୍ବାଦିକ ହେଉଛନ୍ତି ସମାଜର ଦର୍ପଣ* *ଶିଳ୍ପାଞ୍ଚଳରେ ଜାତୀୟ ପ୍ରେସ ଦିବସ ପାଳିତ*
ଦାମନଯୋଡି: କୋରାପୁଟ ଜିଲ୍ଲାର ଶିଳ୍ପାଞ୍ଚଳ ଦାମନଯୋଡିରେ ମିଡିଆ ହାଉସ୍ ଓ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ଜିଲ୍ଲା ସଂଘ ମିଳିତ ଭାବେ ଜାତୀୟ ପ୍ରେସ ଦିବସ ପାଳନ କରିଥିଲେ । ମିଡିଆ ହାଉସ୍ ସଭାପତି ନରସିଂହ ବ୍ରହ୍ମା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ଓ କୋରାପୁଟ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି କେ ଶ୍ରୀନିବାସ ରାଓ ମୁଖ୍ୟ ବକ୍ତା ଙ୍କ ସମେତ ନାଲକୋ ପ୍ରଶାସନିକ ବିଭାଗ ସମୁହ ମହାପ୍ରବନ୍ଧକ ସରୋଜ କୁମାର ନାଥ, ମାନବ ସମ୍ବଳ ବିଭାଗ ମହାପ୍ରବନ୍ଧ ଚନ୍ଦ୍ରମୋହନ ମହାନ୍ତ, ଦାମନଯୋଡି ଥାନା ଅଧିକାରିଣୀ ଶ୍ରୀମତୀ ପ୍ରମିଳା ବିଡ଼ିକା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସମାଜର ତୃଣମୂଳ ସ୍ତରରୁ ଆରମ୍ଭ କରି ସମସ୍ତ ଟିକିନିଖି ଖବରକୁ ପ୍ରଶାସନ ଓ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସାମ୍ବାଦିକ ମାନେ ନିଃସ୍ଵାର୍ଥପର ଏବଂ ଦର୍ପଣ ସଦୃଶ୍ୟ କାର୍ଯ୍ୟ କରିଥାନ୍ତି । ଏଥିରୁ ସାମ୍ବାଦିକ ମାନଙ୍କର ନିଶା ହେଉ କି ପେଶା ସମାଜ ପାଇଁ ନିଷ୍ଠାପରତା ଓ ସେବା ମନୋଭାବ ସ୍ପଷ୍ଟ ବାରି ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆସନ୍ତା ଡିସେମ୍ବର ମାସରେ ନାଲକୋ ପ୍ରଶାସନିକ ସମୁହ ମହାପ୍ରବନ୍ଧକ ସରୋଜ କୁମାର ନାଥ କାର୍ଯ୍ୟରୁ ଅବସର ନେବାକୁ ଥିବାରୁ ଇତି ଅବସରରେ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅବସର ପରେ ନିରାମୟ ଜୀବନ ଅତିବାହିତ ପାଇଁ କାମନା କରାଯାଇଥିଲା । ମିଡିଆ ହାଉସ୍ ର ସମସ୍ତ ସଦସ୍ୟ ଙ୍କ ସ୍ଵେଚ୍ଛାକୃତ ସହଯୋଗରେ ଏକ ସଫଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।