logo

ଜେସପିଏଲ କମ୍ପାନୀ ପ୍ରତିଶୃତି ପରେ ଧାରଣାରୁ ଓହୋରିଲେ ଡେରଙ୍ଗ ଗ୍ରାମବାସୀ ଓ ନାରୀ ନେତ୍ରୀ ସୁଶ୍ରୀ ଶାନ୍ତିଲତା ବେହେରା ।

ଜେସପିଏଲ କମ୍ପାନୀ ପ୍ରତିଶୃତି ପରେ ଧାରଣାରୁ ଓହୋରିଲେ ଡେରଙ୍ଗ ଗ୍ରାମବାସୀ ଓ ନାରୀ ନେତ୍ରୀ ସୁଶ୍ରୀ ଶାନ୍ତିଲତା ବେହେରା ।

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ : କଣିହାଁ ଠାରୁ ଆରମ୍ଭ କରି ତେଲିସିଂହଂ ସିମାନ୍ତ ପର୍ଯନ୍ତ ଗୋଚର ଜମିରେ ବେଆଇନ୍ ଭାବରେ ଜେ.ଆଇ.ଟି.ପି.ଏଲ ଓ କମ୍ପାନି ମାନଙ୍କର ଗାଡି ପ୍ରତିଦିନ ପଞ୍ଚାୟତ ରୋଡରେ ଚଳ ପ୍ରଚଳ କରୁଅଛି।ଡେରଙ୍ଗ ଗୋଛାୟତ
ସେହି ବାଟ ଦେଇ ପ୍ରତିଦିନ ଚଳ ପ୍ରଚଳ କରୁଅଛନ୍ତି । ଡେରଙ୍ଗ ଗୋଛାୟତ ସାହିର ଲୋକ ମାନେ ଜଣେ ଜଣେ କ୍ଷତି ଗ୍ରସ୍ତପ୍ରଜା ସବୁ କ୍ଷେତ୍ରରେ ବଞ୍ଚିତ ରହୁଛନ୍ତି lଆଜିପ୍ରର୍ଯ୍ୟନ୍ତ ଡେରଙ୍ଗ ଗୋଛାୟତ ସାହିମାନଙ୍କ ପ୍ରତି କୌଣସି ସାହାଯ୍ୟ ସୋହଯୋଗ ଦିଆ ଯାଇନାହିଁ । ଜେଏସ .ପି.ଏଲର ଭାରିଯାନ ବାରମ୍ବାର ଯିବାଦ୍ୱାରା
ଅତ୍ୟାଧ‌ିକ ପାଉଶ ଧୂଳି ଧୂଆଁରେ ଖାଦ୍ୟରେ ଓ ପାନ୍ୟଜଳରେ ପାଉଁଶ ପଡିବା ଦ୍ବାରା ଲୋକମାନେ ରୋଗ ଗ୍ରସ୍ତ ହୋଇ କିଡିନି ରୋଗରେ ଆକ୍ରାନ୍ତ
ହୋଇ କିଛି ଲୋକ ମୃତ୍ୟୁ ବରଣ କରିଛନ୍ତି ତାହାର ପ୍ରମାଣ ପ‌ତ୍ର ଆମ୍ଭ ପାଖରେ ଅଛି ଏମିତିକି ଆପଣ ଆଇନ୍ ଓ ସମ୍ବିଧାନଙ୍କୁ ମଧ୍ୟ ମାନୁ ନାହାନ୍ତି ବୋଲି ଶ୍ରୀମତୀ ସୁଶ୍ରୀ ଶାନ୍ତିଲତା ବେହେରା ମତ ପ୍ରକାଶ କରିଛନ୍ତି l ପୂର୍ଵରୁ ଲିଖିତ ଭାବରେ ଦାବିପତ୍ର ଜଣାଇଥିଲେ ମଧ୍ୟ ଜେଏସପିଏଲ କମ୍ପାନୀ ତାହା ସମୟ ସୀମା ଭିତରେ କୋଣସି ଦାବି ଶୁଣିନଥିଲେ ଯାହା ଫଳରେ ଡେରଙ୍ଗ ଗୋଛାୟତ ସାହିର ମହିଳା ମାନଙ୍କୁ ନେଇ ଆଜି ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ପରେ ଜେ.ଏସ.ପି.ଏଲ କମ୍ପାନୀ ଗୋଛାୟତ ସାହି ଦାବି ଗୁଡିକ ଦୀର୍ଘ ୯ଘଣ୍ଟା ପରେ କମ୍ପାନୀ କତୃପକ୍ଷ ପ୍ରତିଶୃତି ଦେବା ପରେ ଶାନ୍ତିପୂର୍ଣ୍ଣ ଧାରଣାରୁ ନାରୀ ନେତ୍ରୀ ଶ୍ରୀମତୀ ସୁଶ୍ରୀ ଶାନ୍ତିଲତା ବେହେରା ଧାରଣାରୁ ଓହୋରି ଯାଇଥିଲେ ।

4
9059 views