logo

ଚେଳିତୋଳ ବୋଇତ ବନ୍ଦାଣ ଉତ୍ସବ ଓ କସ୍ତୁରବା ଗାନ୍ଧୀ କ୍ଲବ ପକ୍ଷରୁ ବୋଇତ ବନ୍ଦାଣ


ଜଗତସିଂହପୁର ୧୬/୧୧- (ରଞ୍ଜନ ଖୁଣ୍ଟିଆ ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ ଉଦଘାଟନ ହୋଇଯାଇଛି. ବିଧାୟକ ତଥା ଅନୁଷ୍ଠାନର ସଭାପତି ପ୍ରଫେସର ଡ଼ଃ. ରମାକାନ୍ତ ଭୋଇ ଜନସାଧାରଣଙ୍କ ଗହଣରେ ସ୍ଥାନୀୟ ଡାକବଙ୍ଗଳା ଠାରୁ ବାଜା ବାଣ ରୋଷଣୀ କରି ତାର୍ତ୍ତୋଲ ମହାନଦୀ ଘାଟ ପର୍ଯ୍ୟନ୍ତ ଯାଇଥିଲେ. ସେଠାରେ ଉପସ୍ଥିତ ଥିବା ସାଧବ ଓ ସାଧବ ବୋହୁ ମାନଙ୍କ ସହିତ ବୋଇତ ବନ୍ଦାଣ କରିଥିଲେ. ପରେ ସେଠାରୁ ଆସି ବାଲିଯାତ୍ରାର ଷ୍ଟଲ ଉଦଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ବ୍ଲକ ସଭାପତି ଗଙ୍ଗାଧର ବିଶ୍ଵାଳ, ଉପାଅଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଅଶ୍ୱିନୀ ଦାସ, ବସନ୍ତ ମହାପାତ୍ର, ତପନ ମହାନ୍ତି, ପ୍ରଭାସ କୁମାର ସାହୁ, ସୁଭଦ୍ରା ଦାସ, ବିଷ୍ଣୁ ପ୍ରିୟା ପ୍ରଧାନ, ଅନ୍ତର୍ଯ୍ୟାମୀ ରାଉତ, ବିମଳକାନ୍ତ ମହାପାତ୍ର, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତି ସଭ୍ୟ ପ୍ରବୀର ରାୟ, କ୍ଷୀରୋଦ ବାରିକ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନଙ୍କ ସମେତ ହଜାର ହାଜର ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ. ସେହିପରି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁର ପଂଚାୟତ ବିଷନପୁର ହାଇସ୍କୁଲ ପାଖ ମହାନଦୀ ଘାଟରେ କସ୍ତୁରବା ଗାନ୍ଧୀ ଆଞ୍ଚଳିକ ୱେଲଫାର କ୍ଲବ ଆନୁକୂଲ୍ୟରେ ଶୁକ୍ରବାର ସକାଳ ୭ ଘଟିକା ସମୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ବୋଇତ ବନ୍ଦାଣ ଉତ୍ସବରେ ସରପଞ୍ଚ ରାଜଶ୍ରୀ ମହାପାତ୍ର, କନିମୁଳ ସମିତିସଭ୍ୟ ବସନ୍ତ ମହାପାତ୍ର, ସମିତି ସଭ୍ୟା ଜୟନ୍ତୀ ମହାପାତ୍ର, କାନୀମୂଳ ସରପଞ୍ଚ ଅନୁସୟା ମହାନ୍ତି, ଯୁବସଂଗଠକ ପ୍ରଭାସ କୁମାର ସାହୁ, ପଂଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ସାମିଲ ହୋଇଥିଲେ. ସ୍ଥାନୀୟ ବିଷନପୁର, ମଣପୁର, କୋଲଟା ଭଁସର, କନିମୁଳ, କୃଷ୍ଣାନନ୍ଦପୁର ଗ୍ରାମବାସୀଙ୍କ ସହଯୋଗରେ ଓଡ଼ିଆ ଜାତିର ଗର୍ବ ନୌବାଣିଜ୍ୟର ଐତିହାସିକ ଗୌରବ ଭବିଷ୍ୟତ ପିଢ଼ି ପହଂଚାଇବା କ୍ଳବ ସଦସ୍ୟ ମାନଙ୍କର ପ୍ରୟାସ ଜାରି ରହିଥିବା ସଦସ୍ୟମାନେ କହିଥିଲେ.

0
0 views