ଶ୍ରୀ ଅଭୟ ଆଞ୍ଜେନେୟଙ୍କ ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର
ଦାମନଯୋଡି,୧୫/୧୧:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନାଲକୋ ଟାଉନସିପ ଶ୍ରୀ ଅଭୟ ଆଞ୍ଜେନେୟଙ୍କ ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପାଇଁ ଏକ ଦିବସୀୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ମନ୍ଦିର ପ୍ରତିଷ୍ଠା ବେଳେ ଏଠାକୁ ଆସିଥିବା ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିବର୍ଷ ଏଠାରେ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର ପୂଜା ଓ ଯଜ୍ଞ ହୋଇଥାଏ।କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଵତନ୍ତ୍ର ପୂଜା ନୀତି ସୂର୍ଯ୍ୟପୂଜା ଓ ଗୀତା ଯଜ୍ଞ ଅନୁଷ୍ଠିତ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଥିଲା।ସକାଳେ ସୂର୍ଯ୍ୟଙ୍କ ପୂଜା,ଘଟ ମଣ୍ଡଳ ପୂଜା,ଶ୍ରୀରାମ ଓ ଶ୍ରୀହନୁମାନଙ୍କ ଷୋଡଶ ଉପଚାର ପୂଜା,ରୁଦ୍ରାଭିଷେକ ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ବିନୟ କୁମାର ମିଶ୍ର,ପଣ୍ଡିତ ଜନାର୍ଦନ ମିଶ୍ର, ପଣ୍ଡିତ ଶ୍ରୀଧର କୁମାର ଦାଶ,ପଣ୍ଡିତ ଦୁର୍ଗା ମାଧବ ଆଚାର୍ଯ୍ୟ ଓ ପଣ୍ଡିତ ନରେନ୍ଦ୍ର ନାଥ ପତିଙ୍କ ସହ ନିୟମିତ ପୂଜକ ବଳରାମ ରଥ ଓ ପ୍ରଭାତ କୁମାର ପଣ୍ଡା ପୂଜାନୀତି ସମ୍ପନ୍ନ କରିଥିଲେ।ଚଳିତ ବର୍ଷ ନାଲକୋ ବିତ୍ତ ବିଭାଗ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଯୋଷୀ ଓ ପତ୍ନୀ କାମିନୀ ଯୋଷୀ, ମହାପ୍ରବନ୍ଧକ ପ୍ରଭାତ କୁମାର ଦାଶ ଓ ପତ୍ନୀ ଅନୀତା ଦାଶ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ନିରଞ୍ଜନ ସାମଲ,ପତ୍ନୀ ସଂଘମିତ୍ରା ସାମଲ ଏବଂ ସମୂହ ମହାପ୍ରବନ୍ଧକ ଆର.ଏସ. ରାଜୁଙ୍କ ସହିତ ଅନ୍ୟ ଅଧିକାରୀ,ମନ୍ଦିର ପରିଚାଳନା ସମିତି କର୍ମକର୍ତ୍ତା ଆଲୋକ ଚୌଧୁରୀ ଓ ପତ୍ନୀ ପ୍ରୀତିପଦ୍ମା ପୂର୍ଣ୍ଣାହୁତି ସମୟରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ପୁରୋଧା ତଥା ନାଲକୋ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଯୋଷୀ ହନୁମାନ ବାଟିକା ପରିସରରେ ନିର୍ମିତ ଯାତ୍ରୀ ନିବାସ 'ସନ୍ଥ ତୁଳସୀ ଆଶ୍ରମ'ର ଲୋକାର୍ପଣ କରିଥିଲେ।ଶ୍ୟାମସୁନ୍ଦର ପଣ୍ଡା,ଯୋଗେନ୍ଦ୍ର ସେଠୀ,କୁମର ବସତିଆ,ପ୍ରଫୁଲ୍ଲ କୁମାର ସାହୁ ଓ ପତ୍ନୀ ରାଜଲକ୍ଷ୍ମୀ,ମାଧବ ପଣ୍ଡା,ଶୁଭ୍ରଜିତ ଜେନା,ରଶ୍ମି ପଣ୍ଡା ଓ ଶମ୍ଭୁ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଉଲ୍ଲେଖନୀୟ ୨୦୧୭ ମସିହା ପବିତ୍ର ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ନାଲକୋ ଟାଉନସିପରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା।୪୫ଇଞ୍ଚର ଶ୍ରୀ ହନୁମାନଙ୍କ ଅଷ୍ଟଧାତୁ ବିଗ୍ରହ ସହିତ ୧୦୮ଫୁଟ ୯ଇଞ୍ଚର ଏକ ବିଶାଳ ମୂର୍ତ୍ତି ସ୍ଥାପିତ ହୋଇଥିଲେ।ଏଥି ସହିତ ଏଠାରେ ସୁଦୃଶ୍ୟ ଉପବନ,ସରଯୁ ପୁଷ୍କରିଣୀ ଆଦି ରହିଛି।