ସମେଇଗୁଡ଼ା ହତ୍ୟାକାଣ୍ଡ ଘଟଣା
୩ ଗିରଫ, ମାରଣାସ୍ତ୍ର ଜବତ
ସମେଇଗୁଡ଼ା ଭାଇ
ଭାଉଜ ହତ୍ୟା କାଣ୍ଡ ଘଟଣାର ୨୪ ଘଣ୍ଟା ନ ପୁରୁଣା ପୋଲିସକୁ ମିଳିଛି ଏହି ସଫଳତା। ହତ୍ୟାରେ ବ୍ୟବହୃତ ବଡ଼ ଖଣ୍ଡା, ବିଷ ବୋତଲ ଓ ଏକ ମୋଟର ସାଇକେଲକୁ ଜବତ କରାଯାଇଛି। ଏନେଇ ଆସିକା ଥାନାରେ ଉପଖଣ୍ଡ ପୋଲିସ ଆରାକ୍ଷୀ ଅଧୀକାରୀ ସଞ୍ଜୟ କୁମାର ମହାପାତ୍ର ସାମ୍ବାଦିକ ସମିଳନି ରେ ସୂଚନା ଦେଇଛନ୍ତି। ବୁଧବାର ସକାଳ ସମୟରେ ସମେଇଗୁଡ଼ାଗ୍ରାମର ରାଜୁ ପାତ୍ର ଓ ତାଙ୍କ ସ୍ତ୍ରୀ ଚାଷ କାମ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରରେ ମୃତ ରାଜୁର ଭାଇ ଭୋବିନି ପାତ୍ର, ସ୍ତ୍ରୀ ରଂଜିତା ପାତ୍ର, ପୁଅ ପୁପୁନି ତିନିହେ ମିଶି ଏହି ହତ୍ୟା କାଣ୍ଡ ଘଟାଇଥିଲେ । ବିବାଦୀୟ ଜମିକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା କୁହାଯାଉଛି । ପ୍ରଥମେ ପପୁନ ବଡ଼ ବାପା ରାଜୁ କୁ ନିର୍ଧୂମ ମାଡ଼ ମରାଯାଇଥିଲା। ସେ ତଳେ ପଡ଼ିବାର ବେକକୁ କାଟିଦେଇଥିଲେ। ଘଟଣା ଞ୍ଛଳରେ ରାଜୁର ମୃତ୍ୟୁ ହୋଇଥିବା ବେଳେପାଖରେ ଦେଖୁଥୁବା ତାଙ୍କ ସ୍ତ୍ରୀ ଲକ୍ଷ୍ମୀ । ହତ୍ୟା ଘଟଣାର ପ୍ରଘଟ କରିଦେବା ଭୟରେ ସମସ୍ତେ ମିଶି ମାଡ଼ ମାରି ତଳେ ପକାଇ କୀଟନାଶକ ଔଷଧ ପିଆଇ ଦେଇଥିଲେ । ଲକ୍ଷ୍ମୀ ଗୁରୁତର ହୋଇ ପଡ଼ିଥିବା ବେଳେ ପ୍ରଥମେ ଆସିକା ମେଡିକାଲ ଏବଂ ତାପରେ ବ୍ରହ୍ମପୁର ବଡ଼ ମେଡିକାଲ ରେ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ ଭିନ କରିବା ପରେ ପ୍ରଥମେ ମୃତର ସାନ ଭାଇ ବୁବୁନି ଏବଂ ତାଙ୍କ ସ୍ତ୍ରୀ ରଂଜିତାକୁ ପୋଲିସ ଅଟକ ରଖୁଥିଲା। ଫେରାର ଥିବା ମୃତର ପୁତୁରା ପାପୁନକୁ ବଡ଼ ଗଡ଼ ଥାନା ଇଲାକାର ଏକଲପୁର ଠାରୁ ଗିରଫ କରି ସମୁଦାୟ ତିନି ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯଇଅଛି। ପୋଲିସ ଏହି ଘଟଣା ସ୍ଥଳକୁସ୍ଥଳକୁ ଆସାମୀ ମାନଙ୍କୁ ନେଇ ସ୍କ୍ରିନ ରିକରେସନ କରାଯାଇଥୁଲା । ଆସିକା ଥାନା କେସ ନମ୍ବର ୭୩୮/୨୪ ରେ ହତ୍ୟା ମାମଲା ରୁଜୁ କରାଯାଇ ତିନି ଆସାମୀ କୋର୍ଟ ଚାଲାଣ କରାଯାଇଛି।