logo

ନାଲକୋ ଆନ୍ତଃ ବିଭାଗୀୟ ଫୁଟବଲ ଉଦଘାଟିତ

ଦାମନଯୋଡ଼ି,୧୪/୧୧:ନାଲକୋ ସ୍ପୋର୍ଟସ ସେଲ ଆନୁକୂଲ୍ୟରେ ଆନ୍ତଃ ବିଭାଗୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ସେକ୍ଟର ୨ସ୍ଥିତ ଡ଼ଃ ବି. ଆର.ଆମ୍ବେଦକର ଷ୍ଟାଡିୟମରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାର ଉଦଘାଟନ କରିଥିଲେ।ସମୂହ ମହାପ୍ରବନ୍ଧକ ଭି. ଏସ.ଏସ. ଆନନ୍ଦ,ସରୋଜ କୁମାର ନାଥ,ଆଶିଷ ସେନାପତି,ମହାପ୍ରବନ୍ଧକ ଏନ.ସି. ବେହେରା ଓ ପି.ବଙ୍ଗୋପାଧ୍ୟାୟ ଉପ ମହାପ୍ରବନ୍ଧକ ବି.ଭି.ସୁରେଶ ବାଥୁଲାଙ୍କ ସହିତ ନାଲକୋ ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଚଳିତ ବର୍ଷ ୭ଗୋଟି ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି।ଅପରେସନ,ମାଇନସ,ମେକାନିକାଲ,ଏସପିପି,ସର୍ଭିସେସ,ଇଲେକ୍ଟ୍ରିକାଲ ଓ ସି ଏଣ୍ଡ ଆଇ ଏବଂ କ୍ୟୁସି ଲ୍ୟାବ ଓ ଆର ଏଣ୍ଡ ଡି ବିଭାଗ ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି।ଆଗାମି ୧୭ତାରିଖରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।ମୁଖ୍ୟ ରେଫରୀ ଅଶ୍ଵିନୀ କୁମାର ସାହୁଙ୍କ ସହିତ ଅନୀଲ ହରିଜନ,ସଞ୍ଜୟ ନାୟକ ଓ ସୁରେନ୍ଦ୍ର କହଁର ପ୍ରମୁଖ ଖେଳ ପରିଚାଳନା କରୁଛନ୍ତି।ସ୍ପୋର୍ଟସ ସେଲ ପକ୍ଷରୁ ଅଧିକାରୀ ଅରୁଣ କୁମାର ମହାନ୍ତିଙ୍କ ନେତୃତ୍ଵରେ ମୋହନ କଚିମ୍,ରବୀନ୍ଦ୍ର କୁମାର ଭତ୍ରା,ଗଣେଶ ବେହେରା,ଘେନୁ ଖିଲ ଓ ଅନିରୁଦ୍ଧ ଖୋସଲା ଙ୍କ ସହିତ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଛନ୍ତି।

14
695 views