logo

ସରସ୍ଵତୀ ବିଦ୍ୟା ମନ୍ଦିର ଦାମନଯୋଡିରେ ଶିଶୁ ଦିବସ ପାଳିତ

ଦାମନଯୋଡି,୧୪।୧୧।୨୦୨୪(ନଳିନୀ କାନ୍ତ ସେନାପତି): ନାଲକୋ ଶିଳ୍ପାଞ୍ଚଳ ଦାମନଯୋଡି ସ୍ଥିତ ସରସ୍ଵତୀ ଵିଦ୍ୟା ମନ୍ଦିରରେ ଗୁରୁବାର ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତି ଓ ବଶିଷ୍ଠ ଶିକ୍ଷକ ଡଃ ନରେଶ ଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ବଳନ କରି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଙ୍ଗୀତ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳଙ୍କ ତତ୍ତ୍ଵାବଧାନରେ ଛାତ୍ରୀମାନଙ୍କ ଦ୍ବାରା ସାମୁହିକ ବନ୍ଦନା ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତି ତାଙ୍କ ସ୍ଵାଗତ ଭାଷଣରେ ନେହେରୁଙ୍କ ଜୀବନୀ ସଂପର୍କରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଅନିତା ଭୋଇ, ସୁନୀଲ ଦାସ ଓ ଛାତ୍ରୀ ଦୀପ୍ତି ଗୌଡ଼ ନେହେରୁଙ୍କ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷୟିତ୍ରୀ ଅନୂଜା ସରକାରଙ୍କ ସଂଯୋଜନାରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷକ ଗୁରୁଦାସ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁ, ଗୋଧୁଲି ଦୋରା, କଲ୍ୟାଣୀ ଦାସ, ମମତା ପାଢ଼ୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରମାନେ ପରିଚାଳନାରେ ସହଯୋଗ କରିଥିଲେ। ଡ଼ଃ ସ୍ଵାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲାବେଳେ ଡଃ ବନ୍ଦିତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା।

7
1800 views