logo

ଦାମନଯୋଡିରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ଓ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ


ଦାମନଯୋଡି,୧୩।୧୧।୨୦୨୪(ନଳିନୀ କାନ୍ତ ସେନାପତି):
କୋରାପୁଟ ବ୍ଲକର ମଣ୍ଡଳସ୍ତରୀୟ ବିଜ୍ଞାନ ଓ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ମାଲୁସାଉନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାମନଯୋଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ, ସମଗ୍ର ଶିକ୍ଷା ଅଭିଯାନ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ସଂଯୁକ୍ତ ଭାବେ ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିବାବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରାପୁଟ ପକ୍ଷରୁ ଏହା ମାଲୁସାନ୍ତା
ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜନୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ଜାନୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଅଭିଯାନ ଡଃ ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ ବିଜ୍ଞାନ ନିରୀକ୍ଷକ ଅନନ୍ତ ଦଳପତି , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜସନ ବେନ୍ୟା, ଜିଲ୍ଲା ପରିଷଦ ସଭ୍ୟ ଜୋନ -୨ ମିହିର କୁଲଦୀପ, ସରପଞ୍ଚ ମାଥାଲପୁଟ ରଞ୍ଜିତା ଗୁରୁନା, ଲିଟିଗୁଡ଼ା ସରପଞ୍ଚ ଅତ୍ରୁ ଜାନୀ, ମାଲୁସାନ୍ତା ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସେଠୀ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସିନିୟର୍ ଏସଇଏସ ଆର ଶିବ ଶଙ୍କର ପଟ୍ଟନାୟକ ପ୍ରଧାନ ଶିକ୍ଷକ ନିଘାମାନିଗୁଡା ଉଚ୍ଚ ବିଦ୍ୟାଳୟ, ନଗେନ୍ଦ୍ର ଜେନା ମସ୍ତିପୁଟ ଉଚ୍ଚ ବିଦ୍ୟାଳୟ, ବିଜୟ ସାହୁ ଡୁମୁରିପଦର ଉଚ୍ଚ ବିଦ୍ୟାଳୟ, ଏସଭିଏମ ଦାମନଯୋଡି ଅଧ୍ୟକ୍ଷ ଡ଼ଃ ଶୁଭ୍ରାଂଶୁ ଶେଖର ବାହିନୀପତି ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଦୁଇ ଜଣ କୁନି ବୈଜ୍ଞାନିକ ତେଜସ୍ବିନୀବାଘ ଓ ସ୍ନେହା ରାଣୀ ତନ୍ତୀ ଉଦ୍ଘାଟନ କରିଥିଲେ l ଏହି ବିଜ୍ଞାନ ପ୍ରଦର୍ଶନୀ ମେଳାରେ ୧୧୦ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିବା ବେଳେ ୭ଟି ବିଭିନ୍ନ ଉପ ପ୍ରସଙ୍ଗ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଉପ ପ୍ରସଙ୍ଗ ଭିତ୍ତିକ ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ୭ଟି ପ୍ରାରମ୍ଭିକ ଉତ୍କୃଷ୍ଟ ଓ ୭ଟି ମାଧ୍ୟମିକ ଉତ୍କୃଷ୍ଟ ପ୍ରକଳ୍ପକୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ସର୍ବଶ୍ରେଷ୍ଠ ବିବେଚିତ ୭ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ଅଂଶ ଗ୍ରହଣ କରିଥିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମାଲୁସାନ୍ତା ନୋଡାଲ ଉଚ୍ଚ ବିଦ୍ୟାଳୟର ୨ଟି, ମହଦେଇପୁଟ ଉଚ୍ଚ ବିଦ୍ୟାଳୟର ଗୋଟିଏ, ପୋଲିସ ଉଚ୍ଚ ବିଦ୍ୟାଳୟର ଗୋଟିଏ, ନିଘାମାନିଗୁଡ଼ା ଉଚ୍ଚ ବିଦ୍ୟାଳୟର ଗୋଟିଏ, ମସ୍ତିପୁଟ ଉଚ୍ଚ ବିଦ୍ୟାଳୟର ଗୋଟିଏ ଓ ବଣ୍ଡାଗୁଡ଼ା ଏସ ଏସ ଟି ଉଚ୍ଚ ବିଦ୍ୟାଳୟର ଗୋଟିଏ ପ୍ରକଳ୍ପ ଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମାଲୁସାନ୍ତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସେଠୀ ନେତୃତ୍ୱ ନେଇଥିବା ବେଳେ ପୂର୍ଣ୍ଣିମା ପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କୋରାପୁଟ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ। ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ବୁଦ୍ଧିଜୀବୀ ମାନେ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକ ଅତି ଶିକ୍ଷଣୀୟ ବୋଲି କହିବା ସହିତ ଏପରି ଆୟୋଜନକୁ ପ୍ରଶଂସା କରିଥିଲେ।

36
3398 views