logo

୧୮ରୁ ଶୀତଦିନେ କୋରାପୁଟର ସୌନ୍ଦର୍ଯ୍ୟକୁ ନେଇ ଚିତ୍ରକଳା ଶିବିରr Post....

ଦାମନଯୋଡ଼ି,୧୨/୧୧: ଶୀତଦିନେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ଏକ ଚିତ୍ରକଳା ଶିବିର ଏବଂ କର୍ମଶାଳା ଚଳିତ ମାସ ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ଡୁମୁରିପଦର ଠାରେ ଅନୁଷ୍ଠିତ ହେବାକୁ ଯାଉଛି।'ଉଦ୍ୟୋଷା ରିସୋର୍ଟ'ର ଶାନ୍ତ ପରିବେଶ ମଧ୍ୟରେ ଓ ପ୍ରକୃତିର କୋଳରେ ଏହି ଶିବିର ଆୟୋଜନ କୋରାପୁଟ ଜିଲ୍ଲା ପାଇଁ ପ୍ରଥମଥର ହେବାକୁ ଯାଉଛି।କିଛି ସୁନାମଧନ୍ୟ ଚିତ୍ରଶିଳ୍ପୀ ନିଜ ଅଭିଜ୍ଞତା,ନୂଆ ଧାରଣା ଓ ବ୍ୟବହାରିକ ଦକ୍ଷତାକୁ ଅନ୍ୟମାନଙ୍କ ସହ ଆଦାନ ପ୍ରଦାନ କରିବେ।ଏହି ଶିବିରରେ କୋଲକାତାରୁ ବିଶିଷ୍ଟ ଚିତ୍ରଶିଳ୍ପୀ ନାନୀ ଗୋପାଲ ସାହା,ଓଡିଶାରୁ ବ୍ରଜନାରାୟଣ ଷଡ଼ଙ୍ଗୀ,ଭୁପତି ଭୂଷଣ ସୁର,ପ୍ରିୟ ବଲ୍ଲଭ ସାହୁ ପ୍ରମୁଖ ଯୋଗ ଦେଉଛନ୍ତି।ଏଥିସହିତ ସ୍ଥାନୀୟ ଶିଳ୍ପୀ ଓ ଛାତ୍ରଛାତ୍ରୀ ମଧ୍ଯ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ବାହାରୁ ଆସୁଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଏହି ଶିବିର ଏବଂ କର୍ମଶାଳାରେ ଦିବାରାତ୍ର ଉପସ୍ଥିତ ରହିବେ।କେବଳ କଳା ଶିକ୍ଷା ନୁହେଁ,ବରଂ ଏହି ଶିବିର ପ୍ରକୃତି ସହିତ ସମ୍ବନ୍ଧ ଗଢ଼ିବାର ଏକ ସୁଯୋଗ ସୃଷ୍ଟି କରିବ।ପ୍ରତିଷ୍ଠିତ ଶିଳ୍ପୀମାନେ ତାଙ୍କ ସୃଜନଶୀଳ ଭାବନାକୁ କେମିତି ପ୍ରକୃତିର ଭିତରୁ ନିଜକୁ ଖୋଜିବା ପାଇଁ ଦେଖିବେ ଏବଂ ପ୍ରକୃତିକୁ ନୂଆ ଦୃଷ୍ଟିରୁ ଦେଖିବାକୁ ସୂଚନା ଦେବେ। ପ୍ରତ୍ୟହ ଦିବସର ବିଭିନ୍ନ ସମୟରେ ପ୍ରକୃତିର ସୋନ୍ଦର୍ଯ୍ୟକୁ ଦେଖି ଏହାର ଫଟୋ ଉତ୍ତୋଳନ ସହିତ କ୍ୟାନଭାସରେ ଆଙ୍କି ପ୍ରଦର୍ଶନ କରିବେ।ଏହି ଅନୁଭବ କଳାକାରମାନଙ୍କ ପାଇଁ ଏକ ନୂଆ ଦିଗ ଖୋଲିବ,ଯାହା ସେମାନଙ୍କ ସୃଜନଶୀଳତାରେ ସୁଦୂର ପ୍ରଭାବ ରଖିବ।ଏହି କର୍ମଶାଳା କଳାକାରମାନଙ୍କ ପାଇଁ ଅତ୍ୟଧିକ ପ୍ରେରଣାଦାୟକ କରିବ ବୋଲି ଏହାର ମୁଖ୍ୟ ଆୟୋଜକ ଅଶ୍ଵିନୀ କୁମାର କର ପ୍ରକାଶ କରିଛନ୍ତି।

11
1343 views