logo

ଲାଞ୍ଜିଗଡରେ ଉଦଘାଟନ ହେଲା ଜେଏମଏଫସି କୋର୍ଟ

ଲାଞ୍ଜିଗଡ(AIMA )ଲାଞ୍ଜିଗଡବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି।ମଙ୍ଗଳବାର ଦିନ ଲାଞ୍ଜିଗଡରେ ଜେଏମଏଫସି କୋର୍ଟର ଶୁଭ ଉଦଘାଟନ ହୋଇଛି।ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ଭି. ନରସିଂହଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଜିଲ୍ଲା ଓ ସେସନ ବିଚାରପତି ଅନୁପରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତରେ ଲାଞ୍ଜିଗଡ଼ ଜେଏମଏଫସି କୋର୍ଟର ଉଦଘାଟନ କରିଥିଲେ।ଏହି ପରିପ୍ରେକ୍ଷୀରେ ଏଡିଏମ ତନ୍ମୟ ଦରବାନ,ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ,ଲାଞ୍ଜିଗଡ଼ ଜେଏମଏଫସି ଜର୍ଜ ଏମଏସ ନାଜେଦା ଖାଟୁନ,ଜିଲ୍ଲା ଅତିରିକ୍ତ ଆରକ୍ଷ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ ଉପସ୍ଥିତ ରହିଥିଲେ।ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ହାଇସ୍କୁଲ ଖେଳ ପଡିଆଠାରେ ଲାଞ୍ଜିଗଡ଼ ଜେଏମଏଫସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ଓ ସେସନ ବିଚାରପତି ଅନୁପରଞ୍ଜନ ପଟ୍ଟନାୟକ, ଏଡିଏମ ତନ୍ମୟ ଦରବାନ,ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ,ଲାଞ୍ଜିଗଡ଼ ଜେଏମଏଫସି ଜର୍ଜ ଏମଏସ ନାଜେଦା ଖାଟୁନ,ଜିଲ୍ଲା ଅତିରିକ୍ତ ଆରକ୍ଷ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ,ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା,ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ,ଲାଞ୍ଜିଗଡ଼ ଜେଏମଏଫସି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଚନ୍ଦ୍ର ଧ୍ୱଜ ପେଶନିଆ, ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେଶନିଆ ପ୍ରମୁଖ ମଞ୍ଚାଶିନ ଥିଲେ।କାର୍ଯ୍ୟକ୍ରମଟିକୁ ବରିଷ୍ଠ ଆଇନଜୀବୀ ସୁବ୍ରତ ବହିଦାର ପରିଚାଳନା କରିଥିଲେ।ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ନର୍ଲା, ମଦନପୁର ରାମପୁର, ଜୁନାଗଡ଼, ଜୟପାଟଣା, ଥୁଆମୂଳ ରାମପୁର, କେସିଙ୍ଗା,ଧର୍ମଗଡ଼ ବାର ଆସୋସିଏସନରୁ ଆସିଥିବା ଆଇନଜୀବୀଙ୍କୁ ଉପଢୋକନ ଦେଇ ସଂମ୍ମାନୀତ କରା ଯାଇଥିଲା।ଏହି ଅବସରରେ ଲାଞ୍ଜିଗଡ଼ ବ୍ଳକରେ ଥିବା ଲାଞ୍ଜିଗଡ଼, ବିଶ୍ୱନାଥ ପୁର ଓ ବିଜେପୁର ଥାନା ଅଞ୍ଚଳରେ ଥିବା ୧୯ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମର ହଜାର ହଜାର ସଂଖ୍ୟାରେ ଲୋକେ ଉପସ୍ଥିତ ଥିବା ବେଳେ ଲାଞ୍ଜିଗଡ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଯାଇଥିଲା l

13
1873 views