*ଦାମନଯୋଡ଼ିରେ ଅଁଳା ନବମୀ ଓ ଶ୍ରୀ ରାଧାପାଦ ଦର୍ଶନ*
ଦାମନଯୋଡ଼ି: ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ବା ଅଁଳା ନବମୀ ଦାମନଯୋଡ଼ିରେ ପାଳିତ ହୋଇଯାଇଛି।ମନ୍ଦିର ମାନଙ୍କରେ ଠାକୁରଙ୍କ ଠାରେ ଅଁଳା ଭୋଗ ଲାଗି ହୋଇଥିଲା।ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ସ୍ଵତନ୍ତ୍ର ପୂଜାନୀତି ହୋଇଥିଲା।ମନ୍ଦିର ପରିସରରେ ଥିବା ଶ୍ରୀରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ଶ୍ରୀ ରାଧାପାଦ ଦର୍ଶନ କରିଥିଲେ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ମାଥାଲପୁଟ ସ୍ଥିତ ଶ୍ରୀରାଧାକୃଷ୍ଣ ମନ୍ଦିରରେ ହୋଇଥିବା ସ୍ୱତନ୍ତ୍ର ପୂଜାରେ ପୂଜକ ପ୍ରଣୟ ଦେବତା ଓ ପ୍ରତାପ ପଣ୍ଡା,ସେକ୍ଟର ୩ମନ୍ଦିରରେ ପୂଜକ ଅଭିମନ୍ୟୁ ପଣ୍ଡା ଓ ନୀଳାଚଳ ମହାପାତ୍ର ପୂଜାନୀତି କରିଥିଲେ।ଶ୍ରଦ୍ଧାଳୁ ମାନେ ଶ୍ରୀ ରାଧା ପାଦ ଦର୍ଶନ ସହିତ ଭୋଗଲାଗି କରିଥିଲେ। ଅଁଳା ନବମୀ ଅବସରରେ ଶ୍ରଦ୍ଧାଳୁ ମାନେ ଅଁଳାଗଛ ମାନଙ୍କୁ ପୂଜା କରି ପରିକ୍ରମା କରିଥିଲେ।ଗଛମୂଳକୁ ପରିଷ୍କାର କରି ଶଙ୍ଖା,ସିନ୍ଦୂର,ହଳଦୀ,ଶାଢୀ ସହିତ ଫୁଲ,ଚନ୍ଦନ ଦେଇ ଭୋଗଲାଗି କରିଥିଲେ।ଅଁଳା ଗଛକୁ ଧାତ୍ରୀ ରୂପେ ପୂଜା କରାଯିବା ବିଧି ରହିଛି।ଦାମନଯୋଡ଼ିର ବିଭିନ୍ନ ଶିବାଳୟ ସମେତ ଅନ୍ୟ ଦେବାଦେବୀଙ୍କ ମନ୍ଦିର ମାନଙ୍କରେ ମଧ୍ୟ ଅଁଳା ନବମୀ ପାଇଁ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା।