logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି, ୮/୧୧/୨୪:

ମାଲକାନଗିରି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲ୍ଳାର ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମାଲକାନଗିରି ଜିଲ୍ଲାର କୃଷକମାନଙ୍କର ସୁବିଧା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଜିଲ୍ଳାର ଚାଷୀମାନଙ୍କର ଧାନ କ୍ରୟ ବ୍ୟବସ୍ଥାକୁ ସୁଗମ କରିବା ସହ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲିବା ପାଇଁ କହିଥିଲେ। ବୈଠକର ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ୨୦୨୪-୨୫ ଖରିଫ ଧାନ କ୍ରୟ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ସଧାରଣ ଧାନ ପାଇଁ ୨୩୦୦ ଟଙ୍କା ଓ ଗ୍ରେଡ଼ ଏ ପାଇଁ ୨୩୨୦ ଟଙ୍କା କ୍ୱିଣ୍ଟାଲ ରଖାଯାଇଛି। ଧାନ କ୍ରୟ ହେବା ପରେ ଚାଷୀ ମାନଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଭୁବନେଶ୍ୱର ଦ୍ବାରା ଅନଲାଇନରେ ସେମାନଙ୍କର ଏକାଉଣ୍ଟକୁ ୨୪ ରୁ ୭୨ ଘଣ୍ଟା ମଧ୍ୟରେ ଟଙ୍କା ଜମା କରି ଦିଆଯିବ। ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ସୂଚନା ବିଭିନ୍ନ ମାଧ୍ୟମ ଯଥା ପ୍ରଚାରପତ୍ର, ଫ୍ଲେକ୍ସ ବ୍ୟାନର, ମାଇକରେ ପ୍ରଚାର, କର୍ମଶାଳା ଏବଂ ବିଭିନ୍ନ ଗଣ ମାଧ୍ୟମ ଦ୍ବାରା ପଦକ୍ଷେପ ଗ୍ରହଣ କରାଯିବ। ଚଳିତ ଖରିଫ ଧାନ କ୍ରୟ ନିମନ୍ତେ ୨୮ ଜଣ ମିଲର ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ଜଣା ପଡ଼ିଛି। ଡିସେମ୍ବର ୧୬ ରୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଧାନ କ୍ରୟ କାର୍ଯ୍ୟ ସମାପନ କରାଯିବ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୨୩ ହଜାର କ୍ୱିଣ୍ଟାଲ ଖରିଫ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଳାର ସମସ୍ତ ବିଡିଓ, ତହସିଲଦାର ଓ ଉପଜିଲ୍ଲାପାଳ ଧାନ କ୍ରୟ ଓ ବିକ୍ରୟର ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ଓ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ। ସୂଚନା ଯୋଗ୍ୟ ଜିଲ୍ଲାରେ ୧୩ ଟି ପାକ୍ସ୍ ରହିଛି ଓ ୨୦୨୪-୨୫ ଖରିଫ ଋତୁ ନିମନ୍ତେ ୩୭,୪୯୮ ଜଣ କୃଷକ ପଞ୍ଜୀକରଣ କରିଛନ୍ତି। ଏହି ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଯୋଗାଣ ଅଧିକାରୀ ସଦର ମୁରଲୀ କ୍ରିଷ୍ଣା ରାଓ,
ଏସିଏସଓ ପ୍ରଦୀପ ଦାସ, ବୁଦ୍ଧଦେବ ଜେନା,ଜିଲ୍ଲାର ସମସ୍ତ ମିଲର, କୃଷି ଉପନିର୍ଦ୍ଦେଶକ, ସମସ୍ତ ବିଭାଗ ଉପ ନିବନ୍ଧକ, ଆରଏମସି ସଂପାଦକ ଓ ଯୋଗାଣ ବିଭାଗ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

146
1738 views

Comment