
ଚିତ୍ରକୋଣ୍ଡା ବିଧାୟକଙ୍କ ସ୍ୱାଭିମାନ ଅଞ୍ଚଳର ସ୍ଥିତି ସମୀକ୍ଷା ।
ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଥମେ ଚିତ୍ରକୋଣ୍ଡା ବ୍ଲକ ଠାରେ ନବନିର୍ମିତ ଚିତ୍ରଗିରି ସମ୍ମିଳନୀ କକ୍ଷ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ଉପାଧ୍ୟକ୍ଷ ପଦ୍ମନାଭ ଦାମି, ଚିତ୍ରକୋଣ୍ଡା ଜୋନ-୧ ଜିଲ୍ଲା ପରିଷଦ ବିନନ୍ତି ଖିଲ ଏବଂ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ । ବିଡ଼ିଓ ତନ୍ମୟ ପାତ୍ରଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ସମସ୍ତଙ୍କ ସହଯୋଗ କ୍ରମେ ଆଗାମୀ ଦିନରେ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ହୋଇପାରିବ ବୋଲି ବିଧାୟକ ଉଦବୋଧନ ଦେଇଥିଲେ । ଓପିଏସସି-୨୦୨୨ ରେ କୃତକାର୍ଯ୍ୟ ହୋଇଥିବା ଓ ଅଞ୍ଚଳକୁ ଗର୍ବିତ କରାଇଥିବା ବିନି ମୁଦୁଲିଙ୍କୁ ବିଶେଷ ଅତିଥି ରୂପେ ସମ୍ମାନିତ କରାଯାଇଥିଲା । ଏହା ପରେ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଲେମନଗ୍ରାସ ପ୍ରକଳ୍ପ ରେ ହୋଇଥିବା ଦୁର୍ନୀତି କୁ ସମୀକ୍ଷା କରିବା ସହିତ ଦୁର୍ନୀତି ରେ ସମ୍ପୃକ୍ତ ଅଧିକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଇଛନ୍ତି । ତା ପରେ ପଣସପୁଟ ଠାରେ ପହଞ୍ଚି ସାଧାରଣ ଲୋକଙ୍କ ସ୍ୱାର୍ଥ ଉଦେଶ୍ୟରେ ଆଗାମୀ ଦିନରେ ସଂଗ୍ରାମ ଜାରି ରହିବ ବୋଲି ଉଦବୋଧନ ଦେଇଛନ୍ତି । ପଣସପୁଟ ଏସଏସଡି ହାଇସ୍କୁଲ ରେ ଚାଲିଥିବା ସମସ୍ୟା ଗୁଡିକୁ ନିଜେ ସମୀକ୍ଷା କରି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ କହିଛନ୍ତି । ବିଧାୟକଙ୍କ ସ୍ୱାଭିମାନ ଅଞ୍ଚଳକୁ ପ୍ରଥମ ଥର ଗସ୍ତ କରିଥିବାରୁ ଲୋକଙ୍କ ମନରେ ଆଗ୍ରହ ଓ ଉଲ୍ଲାସ ଭରି ଯାଇଥିଲା । ଏକ ଭବ୍ୟ ସମ୍ବର୍ଦ୍ଧନା ସହିତ ସ୍ୱାଗତ କରି ନେଇଥିଲେ ବିଭିନ୍ନ ଆଡୁ ଛୁଟି ଆସିଥିବା ଲୋକେ ଓ ଢେମସା ନୃତ୍ୟ ସହିତ ଗୀତ ନାଚ ର ପରିବେଶ ବେଶ ଆନନ୍ଦିତ ରହିଥିଲା । ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଙ୍କ ସମେତ କଂଗ୍ରେସର ବହୁ ଅଭିଜ୍ଞ ନେତା ଓ କର୍ମୀ ଯୋଗ ଦେଇଥିଲେ ।