logo

କିଶୋର ନଗର ଠାରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଅନୁଗୋଳ (କରୁଣ କର ନାୟକ)୪/୧୧ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ର ପଞ୍ଚାୟତ ସମିତି ସଭା ଗୃହରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୯୭ ଗୋଟି ଅଭିଯୋଗ ହୋଇଥିବା ବେଳେ ସାମୁହିକ ୫ ଗୋଟି ଓ ବ୍ୟକ୍ତି ଗତ ୯୨ ଗୋଟି ଅଭିଯୋଗ ପଡ଼ିଅଛି । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅବଦୁଲ ଏମ ଅଖତର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ।, ସହକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲି କୁମାର ବେଉରିଆ, ସହକାରୀ ଜିଲ୍ଲାପାଳ ଉଦୟ ମହାପାତ୍ର, ସିଡ଼ିଓ କମ ଇଓ ହେମନ୍ତ କୁମାର ସିଂହ, କିଶୋର ନଗର ପଞ୍ଚାୟତ ସମିତି ଅଧକ୍ଷା ସୈରେନ୍ଦ୍ରି ପ୍ରଧାନ।, ଉପାଧ୍ୟକ୍ଷ ଲବ ପ୍ରଧାନ, ସବ କଲେକ୍ଟର ଦିଲ୍ଲୀପ କୁମାର ବେହେରା , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାଳକୃଷ୍ଣ କଅଁର, ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲଦାର ସମେତ ଜିଲ୍ଲାର ସମସ୍ତ ବିଭାଗ ର ପଦାଧିକାରୀ ଗଣ ଉପସ୍ଥିତ ଥିବା ବେଳେ କିଶୋର ନଗର ବ୍ଲକ ଅଞ୍ଚଳ ର ବହୁ ସଂଖ୍ୟାରେ ଜନ ଶୁଣାଣି ଯୋଗ ଦେଇ ଅଭିଯୋଗ ଦେଇଥିଲେ ।

1
1920 views