logo

ଶୋଇଥିବା ଅବସ୍ଥାରେ ଅଜଣା ବ୍ୟକ୍ତି ର ଶବ ଉଦ୍ଧାର ।

ଚିତ୍ରକୋଣ୍ଡା ବସଷ୍ଟାଣ୍ଡ କାଉଣ୍ଟର ପାଖରେ ଏକ ଅଜଣା ବ୍ୟକ୍ତି ର ଶବ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ବସଷ୍ଟାଣ୍ଡ ର ଯାତ୍ରୀ ପ୍ରତିକ୍ଷାଳୟ ଠାରେ ଏକ ଅଜଣା ବ୍ୟକ୍ତି ମୃତ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଦେଖିବାକୁ ପାଇ ସ୍ଥାନୀୟ ପୋଲିସ କୁ ଜଣାଇଥିଲେ । ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲେକାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଆଖପାଖରେ ପ୍ରାଥମିକ ପଚରାଉଚରା କରିଥିଲେ । ଚିତ୍ରକୋଣ୍ଡା ଥାନାରେ କେସ ନମ୍ବର ୧୨/୨୦୨୪ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇ ମାଲକାନଗିରି ଜିଲ୍ଲା ଶବାଗାରକୁ ସ୍ଥାନାନ୍ତର କରାଯାଇଛି । ଚିତ୍ରକୋଣ୍ଡା ହେଲ୍ପ ବଏଜ ସ୍ବେଚ୍ଛାକୃତ ଭାବେ ସହଯୋଗ କରିଥିଲା । ଚିତ୍ରକୋଣ୍ଡା ପୋଲିସ ତନାଘନା ଜାରି ରଖିଛି ।

19
2502 views