ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ବେହେରାଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀ ଯୋଗଦେଇ ସାଧୁତା ସଚ୍ଚୋଟତାର ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ସମୟରେ ଦୁର୍ନୀତିର କାୟା ବିସ୍ତାର ଓ ସାଧାରଣ ଜନତାଙ୍କୁ ଅସାଧୁ ଉପାୟରେ ଶୋଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଇତିହାସ ବିଭାଗର ଅଧ୍ୟାପକ ଜଗନ୍ନାଥ ଦାସ ଦୁର୍ନୀତି ସଚେତନତା ସମ୍ବନ୍ଧରେ ଦୀର୍ଘ ଓ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଉଦବୋଧନ ସ୍ୱରୂପ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ -"ବ୍ୟକ୍ତିଗତ ଜୀବନରେ ନିଃସ୍ୱାର୍ଥ ସାଧୁତା ଓ ସଚ୍ଚୋଟତା ସହ ସାମୁହିକ ସଚେତନତା ହିଁ ଦୁର୍ନୀତି ବିରୋଧରେ ଅସଲ ଅସ୍ତ୍ର ହେବ" । ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବଣ ପାହାଡ ଘେରା ଅଞ୍ଚଳରେ ସାଧାରଣ ଆଦିବାସୀମାନେ କିପରି ଦୁର୍ନୀତିର ଶିକାର ନ ହେବେ, ସେ ସମ୍ପର୍କରେ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ଏବଂ ଆଗାମୀ ଦିନରେ କେମିତି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ସେ ବାବଦରେ ସଚେତନ ବାର୍ତ୍ତା ଦେଇଥିଲେ ।