ଅବ୍ୟବସ୍ଥା ଘେରରେ ଘୁମେରଗୁଡା ଅଙ୍ଗନବାଡ଼ି କେନ୍ଦ୍ର
ଜୁନାଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଚାରବାହାଲ ପଞ୍ଚାୟତ ର ଘୁମେରଗୁଡା ଅଙ୍ଗନବାଡ଼ି କର୍ମୀ ଜଣକ ନିୟମିତ କେନ୍ଦ୍ରକୁ ଆସୁନଥିବା ବେଳେ ଅଣ୍ଡା, ଛତୁଆ କିମ୍ବା ରନ୍ଧା ଖାଦ୍ୟ ମଧ୍ୟ ଠିକ୍ ରେ ଦିଆଯାଉନାହିଁ । ଯାହାଫଳରେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଜଣକ ସପ୍ତାହ ରେ ଥରେ କିମ୍ବା ମାସ କୁ ଦୁଇଥର କେନ୍ଦ୍ର କୁ ଆସିଥାନ୍ତି । କର୍ମୀ ଜଣକ ନିୟମିତ କେନ୍ଦ୍ରକୁ ଆସୁନଥିବାରୁ ଅଧିକାଂଶ ସମୟରେ ସହାୟକା କେନ୍ଦ୍ର ଖୋଲିଥାନ୍ତି । ଯାହାଫଳରେ ପ୍ରାକ୍ ବିଦ୍ୟାଳୟ ରେ ବାଧାପ୍ରାପ୍ତ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟ ପାଇଁ ଅଙ୍ଗନବାଡ଼ି କର୍ମୀ ଙ୍କ ଘରକୁ ମଧ୍ୟ ଯିବାକୁ ପଡୁଛି। ଏମିତି କି ମାସିକ ଟିକା ଦେବା ସମୟରେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ନଥିବାରୁ ସ୍ଵାସ୍ଥ୍ୟ କର୍ମୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଉଥିବା ଗ୍ରାମର ଦମୟନ୍ତୀ ଘି , ସନ୍ତୋଷୀ ଧଙ୍ଗଡା ମାଝୀ, ଜୟନ୍ତୀ ଘି , ଗୋମତୀ ଘି , ସମତେ ଅନେକ ଗର୍ବିବତୀ ଓ ପ୍ରସ୍ତୁତି ମହିଳା ମାନେ ଅଭିଯୋଗ ଆଣିଛନ୍ତି।ଏ ବିଷୟରେ ଅଙ୍ଗନବାଡ଼ି କର୍ମୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏ ନେଇ ଜୁନାଗଡ଼ ସମନ୍ୱିତ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବା ରୁ ଲିଖିତ ଅଭିଯୋଗ ଦେବା ପାଇଁ କହିବା ସହ ତଦନ୍ତ କରାଯିବ ବୋଲିି କହିଛନ୍ତି।