logo

ଜମି ବିବାଦକୁ କେନ୍ଦ୍ର କରି ବାପପୁଅଙ୍କୁ ଛୁରାମାଡ ଘଟଣା: ପୁଅ ଚିକିତ୍ସାଧୀନ ଅବସ୍ଥାରେ ବାପା ମୃତ

ପୁରୀ:31/10/2024 ଜମି ବିବାଦକୁ କେନ୍ଦ୍ର କରି ବାପପୁଅକୁ ଛୁରାମାଡ ଘଟଣା। ପୁଅ ପରେ ଚିକିତ୍ସାଧୀନ ଅବସ୍ଥାରେ ବାପା ମୃତ , ଅନ୍ୟ ପରିବାରର ଜଣେ ଆହତ । ସୂଚନା ମୁତାବକ ବୁଧବାର ରାତିରେ ପୁରୀ ସଦର ଥାନା ଅନ୍ତର୍ଗତ ସମଗରା ଗାଁରେ ଜମି ବିବାଦକୁ ନେଇ କିଛି ଦୁର୍ବୁତ୍ତ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ। ମୃତକ ପ୍ରକାଶ ସ୍ଵାଇଁ ବୋଲି ଜଣାପଡିଛି। ଆକ୍ରମଣରେ ପ୍ରକାଶଙ୍କ ବାପା ରବି ସ୍ଵାଇଁ ମଧ୍ୟ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ବାପା ରବି ସ୍ଵାଇଁଙ୍କର ମୃତ୍ୟୁ ଘଟିଛି। ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ଛୁରାମାଡ ହୋଇଥିବା ସୂଚନା ମିଳିଛି।

13
5066 views