logo

ଅଖିଳ ଭାରତୀୟ ଗୋଣ୍ଡୱାନ ଗୋଣ୍ଡ ମହାସଭାର ନିର୍ବାଚନୀ ସଭା ଅନୁଷ୍ଠିତ ।

ଅନୁଗୋଳ (କରୁଣା କର ନାୟକ)୨୭/୧୦
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ଜଙ୍ଘା ବଡ ଦେଓ ଶକ୍ତି ପୀଠ ପାଦ ଦେଶରେ ଥିବା ଗୋଣ୍ଡ ଭବନ ପରିସରରେ ମଧ୍ୟରେ ଜିଲ୍ଲା ଆୟୋଜନ ସମିତି ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ସମ୍ବିଧାନ ନିର୍ମାତା ବିଶ୍ଵ ରତ୍ନ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉପରେ ଧୂପ ଲଗାଇ ପୁଷ୍ପମାଲ୍ୟ ଅର୍ପଣ କରି ଜୟ ଧ୍ଵନୀ ପକା ଯାଇଥିଲା । ଜିଲ୍ଲା କମିଟି ସମ୍ପାଦକ ବିଦ୍ୟାଧର ସିଂହ ସ୍ବାଗତ ଭାଷଣ ଦେଇ ଅତିଥି ମାନଂଙ୍କୁ ଆସନ ଅଳଙ୍କୃତ କରାଇବା ପରେ ପରେ ପୂର୍ବ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ କୃପାସିନ୍ଧୁ ନାୟକ ତିନି ବର୍ଷର ଆୟବ୍ୟୟ ର ହିସାବ ଦେଇଥିଲେ । ସଭାପତି ସଦାଶିବ ନାୟକ ସମାଜ ର ସାମୁହିକ ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିଶଦ ଭାବେ ଆଲୋକ ପାତ କରିଥିଲେ । ଉପ ସଭାପତି ହରିହର ଗଡ ନାୟକ ଗୋଣ୍ଡ ଜାତି ରେ ତିନି ଗୋଷ୍ଠୀ ବିଭକ୍ତ ହୋଇ ରହିଥିବା ଜାତି ଭାଇମାନଙ୍କୁ ଏକତା କରିବା ଦରକାର ବୋଲି ନିଜସ୍ଵ ମତ ରଖିଥିଲେ । ରାଜ୍ୟ ମହାସଚିବ ପ୍ୟାରୀ ମୋହନ ନାୟକ ପୁଞ୍ଜ, କେନ୍ଦ୍ର ଓ ଜିଲ୍ଲା କମିଟି ସଠିକ୍ ଭାବେ କିପରି ପରିଚାଳିତ ହୋଇ ପାରିବ ତାହା ଉପରେ ଆଲୋଚନା କରି ସମସ୍ତ ଙ୍କ ମତାମତ ନେଇଥିଲେ । ପୂର୍ବତନ ଜିଲ୍ଲା କମିଟି ସଠିକ୍ ଭାବେ କାର୍ଯ୍ୟ ତୁଲାଇ ଥିବାରୁ ଆଉ ତିନି ବର୍ଷ ଜିଲ୍ଲା କମିଟି ର ଦାୟିତ୍ଵ ନିର୍ବାହ କରିବାକୁ ନିର୍ବାଚନୀ ସଭା ଅନୁମୋଦନ କରିଥିଲେ । ଏହି ସଭାରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ , ଛେଣ୍ଡିପଦା, ଅନୁଗୋଳ, ପାଳଲହଡା, ଉପଖଣ୍ଡ ଅଞ୍ଚଳରୁ ୧୮ ଗୋଟି ପୁଞ୍ଜର ସଭାପତି, ସମ୍ପାଦକ ଓ ସଭାମାନ ଯୋଗଦେଇ ଅଂଶ ଗ୍ରହଣ କରିଥିଲେ ।
ଆଠମଲ୍ଲିକ ରୁ କରୁଣା କର ନାୟକ ଙ୍କ ରିପୋର୍ଟ ଆଂଚଳିକ ଖବର ।

10
3615 views
2 comment