logo

ଓଡ଼ିଶାର ରେ ବାତ୍ୟା ଦାନା : ଶେଷ ହେଲା ଲ୍ୟାଣ୍ଡଫଳ ପ୍ରକ୍ରିୟା। ଶୂନ୍ୟ ଜୀବନ ହାନି ର ରେକର୍ଡ।

ଭୁବନେଶ୍ୱର, ଓଡିଶା,25 /10/24
ଓଡ଼ିଶାର ରେ ବାତ୍ୟା ଦାନା : ଶେଷ ହେଲା ଲ୍ୟାଣ୍ଡଫଳ ପ୍ରକ୍ରିୟା। ଶୂନ୍ୟ ଜୀବନ ହାନି ର ରେକର୍ଡ।
Cyclone Dana Latest News: ଶେଷ ହେଲା ବାତ୍ୟା 'ଦାନା'ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା । ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବର୍ତ୍ତମାନ ଘଣ୍ଟାକୁ ୧୦ କିମି ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ନେଇ ସୂଚନା ରହିଛି । 'ଦାନା' ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗରେ ପବନର ବେଗ ୮୦ରୁ ୯୦ କିମି ରହିଛି । ସେହିପରି ବାତ୍ୟା ଦାନା ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ବିଦ୍ୟୁତ୍ ସଂଯୋଗ ବି ବିଚ୍ଛିନ୍ନ
ହୋଇଯାଇଛି ।
ଚାନ୍ଦବାଲିରେ ସର୍ବୋଚ୍ଚ ବର୍ଷା ହୋଇ ଥିବାର ଜଣା ଯାଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ, ରାଜକନିକା ବ୍ଲକ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ଓ ଧାମରା ଅଂଚଳ କ୍ଷତିଗ୍ରସ୍ତ ହୋଇ ଥିବାର ଜଣାଯାଇଛି। ବହୁତ ଗଛ ,ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଗଛ କାଟି ରାସ୍ତା ସଫା କରାଯାଉଛି।ବିଦ୍ୟୁତ ସରବରାହ ଆଜି ଠିକ ହୋଇଯିବ ବୋଲି ରାଜସ୍ୱ ମନ୍ତ୍ରୀ ଘୋଷଣା କରିଛନ୍ତି।ବାତ୍ୟା ଜନିତ ଶୂନ୍ୟ ଜୀବନ ହାନି ର ଏକ ବିରଳ ରେକର୍ଡ ଅଧିକାରୀ ରାଜ୍ୟ ପ୍ରଶାସନ ହୋଇପାରିଛି।
ସବୁଠାରୁ କ୍ଷତିଗ୍ରସ୍ତ ରାଜନଗର ବ୍ଲକ ର ବାଗପଟିଆ ଗ୍ରାମ କୁ ଯାଇ ଛନ୍ତି ଉପମୁଖ୍ୟ ମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ। ସେ ଗ୍ରାଉଣ୍ଡ ଲେବେଳ ସ୍ଥିତି ସମୀକ୍ଷା କରୁଛନ୍ତି। ଦାନା ର
ପ୍ରଭାବ ଆକଳନ ଠାରୁ କମ ହୋଇଥିବାରୁ ଜନ ସାଧାରଣ ଓ ସରକାର ଆସ୍ବସ୍ତି ପ୍ରକାଶ ପାଇଛି।ରାଜ୍ୟ ସରକାର ଙ୍କ କାର୍ଯ୍ୟ ପ୍ରଣାଳୀ ଓ ପ୍ରଶାସନିକ ବ୍ୟବସ୍ଥା ଓ ସାମାଜିକ ସଂଗଠନ ମାନଙ୍କ ସହଯୋଗ ନିଶ୍ଚିତ ପ୍ରଂସଶା ଯୋଗ୍ୟ।
ଏଭଳି ସମନ୍ୱୟ ଭାବ ଯଦି ଅନ୍ୟ କାମରେ ଦେଖା ଯାଏ ନିଶ୍ଚିତ ରୂପେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇ ପାରିବ। ରାଜ୍ୟ ସରକାର ଦାନା ବାତ୍ୟା ର ପରିଚାଳନା
ଅନୁଭୂତିକୁ ଅନ୍ୟ କାର୍ଯ୍ୟକ୍ରମ ରେ ବ୍ୟବହାର କରିପାରିବେ।

6
5420 views