ଓଡ଼ିଶା ରେ ବାତ୍ୟା "ଦାନା" : ମାଡି ଆସୁଛି ଓଡିଶା ଉପକୁଳକୁ । 125 km ବେଗରେ ପବନ ଓ 2m. ଉଚ୍ଚର ଜୁଆର ସମ୍ଭାବନା।
ଭୁବନେଶ୍ୱର, ଓଡିଶା,24/10/24
ଓଡ଼ିଶା ରେ ବାତ୍ୟା "ଦାନା" : ମାଡି ଆସୁଛି ଓଡିଶା ଉପକୁଳକୁ । 125 km ବେଗରେ ପବନ ଓ 2m. ଉଚ୍ଚର ଜୁଆର ସମ୍ଭାବନା। ବାତ୍ୟାର ପ୍ରଭାବ ଅନୁଭୂତ ହେଲାଣି । ଆଜି 24/10/24 ଅପରାହ୍ନ 5 ଟାରୁ 25/10/24 ସକାଳ 9 AM ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଇଛି। 200 ରୁ ଉର୍ଦ୍ଧ ଟ୍ରେନ ଚଳାଚଳ ବାତିଲ। ତଳିଆ ଅଂଚଳ ଲୋକଙ୍କୁ evacution କରାଯାଉଛି। କିଛି ଲୋକ ସମ୍ପତ୍ତି ଲୋଭରେ ଘର ଛାଡୁ ନଥିବାର ସୂଚନା ଆସୁଛି।। ଆଇନ ଶୃଙ୍ଖଳା ଠିକ ରଖିବାକୁ ବିଭିର୍ଣ ଜାଗାରେ ପୋଲିସ depolay କରା ଯାଇଛି। Rescue, Relief, and restoration କୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ କର୍ମୀମାନେ ଏଥିରେ ସହଯୋଗ କରୁଛନ୍ତି। ବାତ୍ୟା ପରିଚାଳନାର ବ୍ୟାପକ ଅଭିଜ୍ଞତା ଓଡିଶା ପ୍ରଶାସନ ପାଖରେ ଅଛି। ଆଜି ଯେଉଁ ଭିତରକନିକା ,ରାଜନଗର ଅଂଚଳ ରେ ଲ୍ୟାଣ୍ଡଫଳ ର ଆଶଙ୍କା କରାଯାଉଛି, ସେ ସବୁ ଅଞ୍ଚଳ 1971 ମସିହାର ଭୟଙ୍କର ବାତ୍ୟା ଦେଖିଛି । ବାତ୍ୟା ଓ ସମୁଦ୍ର ଜୁଆରର ପ୍ରଚଣ୍ଡ ପ୍ରହାର ଯେପରି ଧନ ଜୀବନ ନଷ୍ଟ କରିଥିଲା ଆଜି ବି ମନରେ ଆତଙ୍କ ସୃଷ୍ଟି କରେ । ସମୟ ବଦଳି ଯାଇଛି । ଆଜି ସରକାର ଓ ପ୍ରଶାସନ ବିଭିନ୍ନ ଦିଗରେ ସଂଗଠିତ ଓ ପ୍ରଶିକ୍ଷିତ ଅର୍ଥ ର ଅଭଵ ନାହିଁ ।ଜନସାଧାରଣ ଙ୍କ ଦୃଢ଼ ମନୋବଳ ,ପ୍ରଶାସନ ସହିତ ସହଯୋଗ ବାତ୍ୟା ଦାନା କୁ ପରାସ୍ତ କରିବ ଓଡ଼ିଆ ଜିତିବ ,ଓଡ଼ିଆ ଅସ୍ମିତା ଜିତିବ। ଓଡ଼ିଆ ଅସ୍ମିତା କେଵଳ ଏକ ଶବ୍ଦ ନୁହେଁ। ଏକ ଉଦଘୋଷ ।
IMD ,India ର ତଥ୍ୟ ଅନୁସାରେ ବାତ୍ୟା ଦାନା
ଭିତର କନିକା ଓ ଧାମରା ଭିତରେ land fall ର ସମ୍ଭାବନା ରହିଛି।ଭିତର କନିକା ଅଞ୍ଚଳ mangrove ଜଙ୍ଗଲ ପୂର୍ଣ ।ଏହା ବତ୍ୟା ଓ ଜୁଆରର ବେଗକୁ କିଛି ମାତ୍ରାରେ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି IMD, INDIA, DIRECTOR GENERAL Dr. Mrityunjay Mohapatra ପ୍ରକାଶ କରିଛନ୍ତି।
ଜନସାଧାରଣ ପ୍ରଶାସନ କଥା ଶୁଣନ୍ତୁ ।ଗୁଜବ ଠାରୁ ଦୂରରେ ରହନ୍ତୁ। ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ।