logo

ରାୟଗଡା ରୁ କଳାହାଣ୍ଡି ବାଲି ଚୋରା ଚାଲାଣରେ ଲଗାମ କେବେ l

ଲାଞ୍ଜିଗଡ (AIMA)ସରକାରଙ୍କ ଅନେକ ଗୁଡ଼ାଏ ଗାଇଡ଼ଲାଇନ ତଥା ନିୟମ ଓ ମାନ୍ୟବର ହାଇକୋର୍ଟ ଆଦେଶକୁ ଫୁକରି ଦିନ ଦ୍ୱିପ୍ରହରେ ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବାମନଗୁଡା ନାଗାବାଲି ନଦୀ ଘାଟରୁ ଚାଲିଛି ବାଲି ଚୋରା ଚାଲାଣ l ହେଲେ ନିନ୍ଦା ବିଷ୍ଣୁ ସାଜିଛି ରାୟଗଡା ତଥା କଲ୍ୟାଣ ସିଂହପୁର ଖଣି ବିଭାଗ l ଏଠି ବିରାଟ ବଡ଼ ପ୍ରଶ୍ନବାଚୀ ଉଠୁଛି ବାଲି ଚୋରା ଚାଲାଣରେ ରାୟଗଡା ଖଣିବିଭାଗ ଜାଣି ଶୁଣି ବାଲି ମାଫିଆଙ୍କୁ ଘଣ୍ଟ ଘୋଡାଉଛନ୍ତି ନା ବାଲି ମାଫିଆଙ୍କ ସହଯୋଗୀ ସାଜିଛି ମୁଟା ଅଙ୍କର ଅର୍ଥର ଡିଲ ଚାଲିଛି l ଯାହାଫଳରେ ରାୟଗଡା କଲ୍ୟାଣ ସିଂହ ପୁରରୁ ଦିନ ଦ୍ୱିପ୍ରହରେ ବାଲି ଚୋରା ଚାଲାଣ କରି କଳାହାଣ୍ଡିରେ ଗୋଟିଏ ଟ୍ରାକ୍ଟର ବାଲିକୁ ୩୫ଶହ ରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିବାରେ ସଫଳ ହେଉଛନ୍ତି ବାଲି ମାଫିଆ ମାନେ l ତେବେ ଏନେଇ ଅନେକ ଗଣମାଧ୍ୟମରେ ନାଗାବାଲି ନଦୀ ବାଲି ଚୋରା ଚାଲାଣ ଉପରେ ଖବର ପ୍ରସାରଣ ହେବା ସହ ଅନେକ ବ୍ୟକ୍ତିଙ୍କ ଦ୍ୱାରା ଅଭିଯୋଗ ମଧ୍ୟ୍ୟ ହେଉଥିଲେ ସୁଦ୍ଧା ବାଲି ମାଫିଆଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦୁର୍ଭାଗ୍ୟ ଜନକ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି l ଏଠୁ ସ୍ପଟ ଜଣାପଡୁଛି ରାୟଗଡା ତଥା କଲ୍ୟାଣ ସିଂହ ପୁର ଖଣି ବିଭାଗ ଛତ୍ରଛାୟାରେ ରହି ବାଲି ମାଫିଆ ମାନେ ରାୟଗଡା ଜିଲ୍ଲା ଠାରୁ କଳାହାଣ୍ଡି ଜିଲ୍ଲାକୁ ଦିନ ଦ୍ୱିପ୍ରହରରେ ନାଗାବାଲି ନଦୀରୁ ବାଲି ଚୋରାଚାଲଣ କରିବାରେ ସଫଳ ହେଉଛନ୍ତି l ଏନେଇ ଆମେ ବିଜେପୁର ରାଜସ୍ୱ ନିରୀକ୍ଷ ଙ୍କୁ ପଚାରିବାରୁ ସେ କହିଲେ ଆମ ଡିପାର୍ଟମେଣ୍ଟରେ ଏହି ବ୍ୟବସ୍ଥା ଆଉ ନାଇଁ ଆଗରୁ ଥିଲା ମାଇନିଂଗ ଡିପାର୍ଟମେଣ୍ଟ କୁ ଯୋଗାଯୋଗ କର l ତେବେ ବାଲି ଚୋରା ଚାଲାଣ ସ୍ୱାଭାବିକ ରହିବ ନା ଚୋରାଚାଲାଣରେ ଲଗାମ ଲାଗିବ ତାହା ଦେଖିବାକୁ ବାକି ରହିଲା l

48
6569 views