ଝାରସୁଗୁଡା ଗଲେ କଳାହାଣ୍ଡିର ୭ କରାଟେ ପ୍ରତିଯୋଗୀ
ଲାଞ୍ଜିଗଡ,(AIMA )ଓଡ଼ିଶାର ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ଆସନ୍ତା କାଲି ୨୦ ଅକ୍ଟୋବର ୨୦୨୪ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଡିଏଭି ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୭ ଜଣ କରାଟେ ପ୍ରତିଯୋଗୀ ଆଜି ଝାରସୁଗୁଡା ଗସ୍ତ କରିଛନ୍ତି।ଏହି ପ୍ରତିଯୋଗୀ ମାନେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ହୋଇଥିବା ବେଳେ ଗତ ୨୨ ଅଗଷ୍ଟ ୨୦୨୪ ତାରିଖରେ ଝାରସୁଗୁଡା ବ୍ରଜରାଜନଗର ଏସଓସିପି ଡିଏଭି ପବ୍ଲିକ ସ୍କୁଲଠାରେ କ୍ଲଷ୍ଟର ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ୬ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଣେ ଦ୍ୱିତୀୟ ସ୍ଥାନ ଅଧିକାର କରି ଏହି ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ପାଇଁ ମନୋନୀତ ହୋଇଥିଲେ।ବାଳକ ବିଭାଗର ୧୪ରୁ କମ୍ ବର୍ଷ ବର୍ଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ,ସୌନକ ସମଦର୍ଶୀ ସାହୁ ଓ ଆୟୁଷ ଦୁବେ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ହିତେସ କୁମାର ମହାଖୁଡ଼ ଓ ଗଙ୍ଗାଧର ମଲ୍ଲିକ ଅଛନ୍ତି।ସେହିପରି ୧୯ରୁ କମ୍ ବର୍ଷ ବର୍ଗରେ କିରନ୍ ବେମାଲ ରହିଛନ୍ତି।ସେହିପରି ବାଳିକା ବିଭାଗର ୧୭ରୁ କମ୍ ବର୍ଷ ବର୍ଗରେ ଅର୍ପିତା ବାଡ଼ତିଆ ରହିଛନ୍ତି।ଏମାନେ ଶନିବାର ଦିନ ଏହି ଜୋନାଲ ସ୍ତରୀୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି।ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼,ଡିଏଭି ବେଦାନ୍ତ ବିଦ୍ୟାଳୟର ଶିକ୍ଷକ ବିଦୁ ଭୂଷଣ ମୁଖାର୍ଜୀ ଓ ମେଘନା ସର୍ଗମ ସହିତ ଏହି ପ୍ରତିଯୋଗୀ ମାନେ ଜୋନାଲ ସ୍ତରିୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି। କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିଫ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ ୟାଦବ, ଡିଏଭି ସ୍କୁଲର ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।