logo

ଆଠମଲ୍ଲିକ ଅଂଚଳରେ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ।

ଅନୁଗୋଳ ( କରୁଣା କର ନାୟକ)୧୭/୧୦
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ପଇଞ୍ଚିକୁଳ ମାଧପୁର, କିଶୋର ନଗର, ବଇଣ୍ଡା, ଅଂଚଳରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଷୋଳପଦା ଅଞ୍ଚଳ ଠାକୁରଗଡ଼ ଲକ୍ଷ୍ମୀ ବଜାର କମିଟି ପକ୍ଷରୁ ଆଜି ଧନଦାତ୍ରି ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ ନିମିତ୍ତ ନାମ ସଙ୍କିର୍ତ୍ତନ ମାଧ୍ୟମରେ କଳସୀ ଯାତ୍ରା ମାଧ୍ୟମରେ ନାଳରୁ ପୂଜାବିଧି କରି ଗଙ୍ଗା ଜଳ ନିମନ୍ତ୍ରି ଆଣି ଲକ୍ଷ୍ମୀ ଙ୍କ ପୂଜା ମଣ୍ଡପରେ ପହଞ୍ଚି ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି । ପୂଜା ରେ ବସନ୍ତ କୁମାର ସାହୁ କର୍ତ୍ତା ଭାବେ ପୂଜା ବିଧି କାର୍ଯ୍ୟ ତୁଲାଇଥିବା ବେଳେ କମିଟି ର ସଭାପତି ସନ୍ତୋଷ କୁମାର ବିଶ୍ଵାଳ, ସମ୍ପାଦକ ଗଣେଶ୍ୱର ବାରିକ, କୋଷାଧ୍ୟକ୍ଷ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀ ସନ୍ତୋଷ କୁମାର ସାହୁ, ବିଶେଶ୍ୱର ରାଉତ, ବିଜୟ କୁମାର ସାହୁ, ବିଶେଶ୍ୱର ଖୁଣ୍ଟିଆ , ସତ୍ୟବ୍ରତ ସେନାପତି, ନବକୁମାର ସାହୁ ସମେତ କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ବ୍ରତ ପାଳନ କରିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମ ଦୀର୍ଦ୍ଧ ୧୦ ଦିନ ଧରି ଚାଲିବ । ମଜିରେ ମଝିରେ ମହିଳା ନାମ ପରିବେଷଣ ସମେତ ବିଭିନ୍ନ ପ୍ରକାରର ସଙ୍ଗୀତ କାର୍ଯ୍ୟକ୍ରମ ଲାଗି ରହିବା ସହିତ ଭକ୍ତ ମାନଂକ ନିମିତ୍ତ ଦୈନ ଦିନ ହରି ହାଟ ଦିଆଯିବ ବୋଲି କମିଟି ସଭାପତି ସୂଚନା ଦେଇଛନ୍ତି । ସେହି ପରି ଆମ୍ବସରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭୋଗରା ଗ୍ରାମ କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ନିମିତ୍ତ ପାରମ୍ପରିକ ରୀତନୀତିରେ କଳସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲୁ ରହିବ ବୋଲି କମିଟି ସଭାପତି ସଚିତନ୍ଦ ସାହୁ ସୂଚନା ଦେଇଛନ୍ତି ।

20
2132 views