logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିଙ୍ଗୁଡ଼ିଖୋଲ ଗ୍ରାମ ରେ ଆଡମ୍ବର ସହକାରେ ଦୁର୍ଗାପୂଜା ଅନୁଷ୍ଠିତ

ଗଞ୍ଜାମ:- ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।

ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗ୍ରାମରେ ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ମାଁ ଙ୍କ ନିତ୍ୟକର୍ମ ପୂର୍ବାହ୍ନରେ ମୁଖ୍ୟ ପୂଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରେ ବିଲ୍ବ ବରଣ କରାଯାଇଥିଲା, ପରେ ଅପରା ହ୍ନରେ ମା ଙ୍କର ଜଳଯାତ୍ରା କରା ପୂଜାମଣ୍ଡପ ପରିକ୍ରମାପରେ ଭକ୍ତ ମାନ ଙ୍କୁ ମାଁ ଦର୍ଶନ ଦେଇଥିଲେ।ଗ୍ରାମବାସୀଙ୍କ ଉପସ୍ଥିତିରେ ମୁଖ୍ୟ ପୂଜକ ନବମୀ ରେ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ। ନବମୀରେ ମାଁ ଙ୍କ ଦର୍ଶନ ନିମନ୍ତେ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଗ୍ରାମର ଯୁବ ଠାରୁ ଆବାଳବୃଦ୍ଧ ବନିତା ଯୋଗ ଦେଇ ଦୁର୍ଗାପୂଜା କୁ ବହୁ ଆଡମ୍ବର ସହକାରେ ପାଳନ କରିଥିଲେ। ସୂଚନା ମୁତାବକ ଗ୍ରାମରେ ୪୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଗ୍ରାମବାସୀ ମନେ ଦୁର୍ଗାପୂଜା ପାଳନ କରି ଆସୁଛନ୍ତି।

159
6604 views

Comment