ନାଲକୋରୁ ଅବସର ଗ୍ରହଣ କଲେ ବରିଷ୍ଠ ପ୍ରବନ୍ଧକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ତା୩୦/୯/୨୪ ଦାମନଯୋଡି,କୋରାପୁଟ, ଓଡିଶା ।
ନାଲକୋରୁ ଅବସର ଗ୍ରହଣ କଲେ ବରିଷ୍ଠ ପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ମିଶ୍ର
ଦାମନଯୋଡି:-(ଅଶୋକ)ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ ପ୍ରକଳ୍ପରେ ଦୀର୍ଘ ୩୮ବର୍ଷ ସୁଚାରୁରୂପ କାର୍ଯ୍ୟ ସଂପାଦନ କରି ତା୩୦/୯/୨୪ରିଖ ଦିନ ଅବସର ଗ୍ରହଣ କରିଛନ୍ତି ମାନବସମ୍ବଳ ବିଭାଗର ବରିଷ୍ଠ ପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ମିଶ୍ର ।ତା ୧୧-୭-୮୬ରିଖ ଠାରୁ ନାଲକୋର ଅନୁଗୁଳ ଇଉନିଟରେ ଯୋଗଦାନ କରି ବିଭିନ୍ନ ବିଭାଗରେ ସୁଚାରୁରୂପ କାର୍ଯ୍ୟ ସଂପାଦନ ପୂର୍ବକ ତା୭-୫-୧୮ରିଖ ନାଲକୋର ଦାମନଯୋଡି ଇଉନିଟକୁ ସ୍ଥାନାନ୍ତରିତ ହୋଇଥିଲେ ।ଅନୁଗୁଳ ନିବାସୀ ଶ୍ରୀଯୁକ୍ତ ମିଶ୍ର ଜଣେ ଭଦ୍ର, ମେଳାପି,ଆଧ୍ୟାତ୍ମିକବାଦୀ,କର୍ମନିଷ୍ଠ, ପରୋପକାରୀ ତଥା ସମାଜସେବୀ ହିସାବରେ ଅନୁଗୁଳ ଓ ଦାମନଯୋଡି ଅଞ୍ଚଳରେ ବେଶ ପରିଚିତ। ଧର୍ମପତ୍ନୀ ଶ୍ରୀମତୀ ଗାୟତ୍ରୀ ମିଶ୍ର ଜଣେ ଧର୍ମପରାୟଣା ସୁଗୃହିଣୀ, ସୁପୁତ୍ର ଶୁଭାଶିଷ ମିଶ୍ର (ବିଟେକ୍,ଏମବିଏ)କାର୍ଯ୍ୟରତ ଅଛନ୍ତି ।ଅବସର ପରେ ଭୁବନେଶ୍ବରରେ ଅବସ୍ଥାନ କରିବେ ।ଅବସର ଜୀବନ ଆଧ୍ୟାତ୍ମିକ ଓ ସମାଜସେବାରେ ବିନିଯୋଗ କରିବେ ବୋଲି ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଛନ୍ତି ।ନାଲକୋ,ବିଭିନ୍ନ ବିଭାଗ ଓ ସହକର୍ମୀ ସହୃଦୟ ବ୍ଯକ୍ତି ବିଶେଷ ଭାବପୂର୍ଣ୍ଣ ଅବସର କାଳୀନ ସ୍ବାଗତ ସମ୍ବର୍ଦ୍ଧନା ଶ୍ରୀଯୁକ୍ତ ମିଶ୍ରଙ୍କୁ ପ୍ରଦାନ କରିଥିଲେ ।ଅବସର ଜୀବନ ସରସ,ସୁନ୍ଦର, ନୀରୋଗ,ନିରାମୟ ଓ ମଧୁମୟ ନିମନ୍ତେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ପାଖରେ ସମସ୍ତେ ମଙ୍ଗଳ ମନାସି ଥିଲେ ।