logo

ନୀତିକାନ୍ତିରେ ବିଭ୍ରାଟ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ- ଆଇନମନ୍ତ୍ରୀ

ପୁରୀ:(ମାନସ କୁମାର ଦାସ) ୦୨/୧୦/୨୦୨୪ଶ୍ରୀମନ୍ଦିରରେ ଲୁହା କଢେଇରେ ରୋଷେଇ ହେବା ଘଟଣା ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ୍‌‌ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଯେ ସେ ବାବଦରେ ସମୀକ୍ଷା କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଯାହା ପଦକ୍ଷେପ ନେବା କଥା ନେବ। ଯଦି କାହାର ଭୁଲ ଥିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି। ଏହାସହିତ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଉଁମାନେ ବିଭ୍ରାଟ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି।

4
4315 views