logo

ସରସ୍ଵତୀ ବିଦ୍ୟାମନ୍ଦିରରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ, ଦାମନଯୋଡି,କୋରାପୁଟ, ଓଡିଶା ।

ଦାମନଯୋଡି ସରସ୍ଵତୀ ବିଦ୍ୟାମନ୍ଦିରରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ
---------------------------------------
ଦାମନଯୋଡି - ତା ୦୨.୧୦.୨୪ରିଖ, ନାଲକୋ ଶିଳ୍ପାଞ୍ଚଳ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ଵାଧୀନ ଭାରତର ଦ୍ୱିତୀୟ ପ୍ରଧାମନ୍ତ୍ରୀ, ଶାନ୍ତିର ଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ, ଡ. ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ଜାଳି ଓ ମହାପୁରୁଷ ଦ୍ଵୟଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଅଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ବାହିନୀପତି ସ୍ବାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଗାନ୍ଧିଜୀଙ୍କ ଆଦର୍ଶ ଓ ଶାସ୍ତ୍ରୀ ଙ୍କ ସ୍ୱାଭିମାନ ଓ ନିଷ୍ଠା ଉପରେ ଆଲୋକପାତ୍ କରିଥିଲେ। ସଙ୍ଗୀତ ଶିକ୍ଷକ, ବୃନ୍ଦାବନ ଖୁଣ୍ଡୁଆଳଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଦୀପ ମନ୍ତ୍ର ଓ ସାମୁହିକ ଭାବରେ ପ୍ରାର୍ଥନା ଗାନ କରି ଥିଲେ। ବିଜୟଲକ୍ଷ୍ମୀ ବୁର୍ଜା, ଜ୍ୟୋତି କୁଲଦିପିଆ, ଅଙ୍କିତା ମହାପାତ୍ର ପ୍ରଭୂତି ଛାତ୍ରୀ ମାନେ ଓ ବରିଷ୍ଠ ଶିକ୍ଷକ ଅମୂଲ୍ୟ କୁମାର ସାହୁ ଏବଂ ଚାନ୍ଦିନୀ ପୁଷ୍ଟି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଓ ନୀତି ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସାହୁ ଗାନ୍ଧୀଙ୍କର ପ୍ରିୟ ସଙ୍ଗୀତ( ସଙ୍ଗୀତର ନାମ ଦିଅନ୍ତୁ) ଗାନ କରିଥିଲେ । ଶିକ୍ଷୟତ୍ରୀ ଡ. ସ୍ଵାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିବା ସହିତ ଡ. ଗୋଧୂଳି ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଥିଲେ।

3
580 views