logo

ଜୁନାଗଡ଼ର ବଡ଼ ପଡ଼ା ଠାରେ ଡ.ବି.ଆର ଆମ୍ବେଦକର କ୍ଲବ ଦ୍ଵାରା ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି*

ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ.ଏ.ସି ଅନ୍ତର୍ଗତ ବଡ଼ପଡ଼ା ଠାରେ ଡ. ବି.ଆର ଆମ୍ବେଦକର କ୍ଲବ ଦ୍ଵାରା ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥର ପୂଜାର ବିଶେଷ ଆକର୍ଷଣୀୟ ଦର୍ଶନ ହେଉଛି ଶ୍ରୀ ଗଣେଶଙ୍କ ବାଲ୍ଯ ପ୍ରତିମୂର୍ତ୍ତି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଡ. ବି.ଆର ଆମ୍ବେଦକର କ୍ଲବ ଏବଂ ସ୍ଥାନୀୟ ବାସିନ୍ଦାମାନେ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପୂଜନୋତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି। ଏହି ପୂଜାରେ ସ୍ଥାନୀୟ ପୂଜକ ହେମନ୍ତ ଶତପଥୀ ନିଜର ଧାର୍ମିକ ଜ୍ଞାନ ଓ ପାରମ୍ପରିକ ରୀତିରୁ ପୂଜା କରାଇଥିଲେ ଏବଂ ଠାକୁରଙ୍କ ପୂଜାର କର୍ତା ଭାବେ ଧର୍ମେନ୍ଦ୍ର ନାଏକ ଆଉ ତାଙ୍କ ପତ୍ନୀ ନମିତା ନାଏକ ପୂଜା ଯଜ୍ଞରେ ଅଂଶଗ୍ରହଣ କରିଥିଲେ।ପୂଜା ପାଳନ ସମୟରେ କ୍ଲବ ର ସମସ୍ତ ସଭ୍ୟମାନେ ପାରମ୍ପରିକ ରୀତି-ନୀତି ଅନୁସାରେ ପୂଜାର୍ଚ୍ଚନା କରି, ଶ୍ରୀଗଣେଶଙ୍କ ଆଶୀର୍ବାଦ ନେଇ ନିଜ ଓ ସମାଜର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ପୂଜା ପରିଚାଳନା ରେ ରାଜନ,କାହୁଁ,ବିକ୍ରମ,କୁଞ୍ଜ,ରାହୁଲ,ଅଜିତ,ସମୀର,ରାଜୁ,ଓମ୍,ଆସୁ,ସାହିଦ,କାହୁଁ କୁମାର,ରିତିକ,ଖଗେଶ୍ବର,ଅରବିନ୍ଦ,ରାଜା,ଭୋଲା,ସଞ୍ଜୀବ,ଚକୋଲେଟ୍,ପୁରୋଷୋତ୍ତମ୍,ବିନୋଦ,ମାନବ,ଉପସ୍ଥିତ ରହି ସହାୟତା କରିଥିଲେ ।ସ୍ଥାନୀୟ ବାସିନ୍ଦା ଏବଂ କ୍ଲବର ସଦସ୍ଯ ବହୁତ ଉତ୍ସାହ ଓ ଆନନ୍ଦରେ ଅଂଶଗ୍ରହଣ କରିଥିଲେ।

0
13 views