logo

ଦାମନଯୋଡ଼ିର ବିଭିନ୍ନ ସ୍ଥାନରେ ଗୁରୁଦିବସ

ଦାମନଯୋଡ଼ି,୦୫/୦୯:ଦାମନଯୋଡିର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି।ବିଭିନ୍ନ ବିଦ୍ୟାଳୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଗୁରୁଦିବସର ମହତ୍ତ୍ୱ,ଭାରତୀୟ ଗୁରୁଶିଷ୍ୟ ପରମ୍ପରା,ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ,ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ଆଦି ବିଷୟରେ ଆଲୋଚନା ହୋଇଥିଲା।ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ) ରେ ଦ୍ୱାଦଶ ଛାତ୍ରଛାତ୍ରୀ ଆଜି ଶିକ୍ଷକ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସ୍କୁଲର ପ୍ରୋ ଭାଇସଚେୟାରମ୍ୟାନ ନିରଞ୍ଜନ ସାମଲ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିରନ୍ତର ଓ ନିସ୍ୱାର୍ଥପର ପ୍ରଚେଷ୍ଟା ଯୋଗୁଁ ପିଲାମାନଙ୍କୁ ସଫଳତା ମିଳିଥାଏ। ପିଲାମାନେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସର୍ବଦା ଭକ୍ତି କରିବା ସହିତ ଜୀବନରେ ସଫଳ ମଣିଷ ହେବାକୁ ମୁଖ୍ୟ ଅତିଥି ଶ୍ରୀ ସାମଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ଉତ୍ସବରେ ନାଲକୋ ସମୂହ ମହାପ୍ରବନ୍ଧକ ତଥା ପରିଚାଳନା କମିଟି ସଦସ୍ୟ ସଞ୍ଜୟ ଗୁପ୍ତାଙ୍କ ସହିତ ନାଲକୋର ଅନ୍ୟ ସମୂହ ମହାପ୍ରବନ୍ଧକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଜୀବନ ସାରା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତି ଅନୁରକ୍ତ ରହିବା ଉଚିତ ବୋଲି ସମ୍ମାନିତ ଅତିଥି ଶ୍ରୀ ଗୁପ୍ତା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ସୁନୀତା ପାଣି ଅତିଥି ପରିଚୟ ଓ ସ୍ବାଗତ ସମ୍ଭାଷଣ ଦେଇଥିଲେ।ପ୍ରଧାନ ଶିକ୍ଷକ ଏସ.ଏସ.ଗିରିଧରଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା।ହେଡ୍ ଗାର୍ଲ ଐଶାନୀ ଦତ୍ତ ସ୍କୁଲ ପ୍ରାର୍ଥନା ପାଠ କରିଥିବା ବେଳେ ଛାତ୍ରୀ କ୍ରିଷ୍ଣାଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ହେଡବୟ ସାଇ ରୋଷନ ପାତ୍ର,ହେଡଗାର୍ଲଙ୍କ ସହିତ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ଅୟୋଜନ କରିଥିଲେ।ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ପକ୍ଷରୁ ନୃତ୍ୟ,ସଙ୍ଗୀତ ଓ ଡ୍ରାମା ପରିବେଷଣ କରାଯାଇଥିଲା।ଜାତୀୟ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ସେହିଭଳି ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା ସମିତି ସମ୍ପାଦକ ଡ଼ଃ ଚିତ୍ତରଞ୍ଜନ ମିଶ୍ର ନିଜ ସହଧର୍ମିଣୀ ସ୍ନିଗ୍ଧାରାଣୀ ମିଶ୍ରଙ୍କ ସହିତ ପୂର୍ବତନ ସମ୍ପାଦକ ଅଶୋକ ନାୟକ ଏଥିରେ ଅତିଥି ରୂପେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଡ଼ଃ ଶୁଭ୍ରାଂଶୁ ଶେଖର ବାହିନୀପତି ସ୍ବାଗତ ସମ୍ଭାଷଣ ଦେଇଥିଲେ।ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳ ଓ ଶିକ୍ଷୟତ୍ରୀ ଅନୁଜା ସରକାରଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁ ବନ୍ଦନା ସହିତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।ଅତିଥିଗଣ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଗୁରୁଙ୍କ ପ୍ରତି ଭକ୍ତି ଓ ଅନୁରକ୍ତ ରହିବାକୁ କହିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ଡ଼ଃ ସ୍ଵାତୀ ଚାଟାର୍ଜୀ,ଛାତ୍ରୀ ଓ ସ୍ମୃତିରାଣୀ ଚେଟୀ ମଞ୍ଚ ଓ ଏଲିଜା କନ୍ଧପାନ ମଞ୍ଚ ସଂଯୋଜନା କରିଥିଲେ।ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ,ଲିଟିଗୁଡା,ମାଥାଲପୁଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ମାଲୁ ସାଉନ୍ତା ସରକାରୀ ହାଇସ୍କୁଲ,ଏକ୍ସ ବୋର୍ଡ଼ ଉନ୍ନୀତ ବିଦ୍ୟାଳୟ ,ଭେଜାପୁଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରଭୃତିରେ ମଧ୍ୟ ଗୁରୁଦିବସ ପାଳିତ ହୋଇଥିଲା

8
733 views