logo

*ଦାମନଯୋଡିରେ ପାଳିତ ହେଲା ଗୁରୁଦିବସ*


ଦାମନଯୋଡି,୫/୯: କାହିଁ କେଉଁ ଆବାହନ କାଳରୁ ଭାରତରେ ଗୁରୁ ଶିଷ୍ୟର ପବିତ୍ର ପରମ୍ପରା ପ୍ରଚଳିତ ହୋଇ ଆସିଛି । ତେବେ ସ୍ବାଧୀନ ଭରତାର ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଇଥାଏ । ବିଦ୍ୟାର୍ଥୀ ମାନେ ଏହିଦିନ ନିଜ ଗୁରୁଙ୍କୁ ବନ୍ଦାପନା କରି ସୁନ୍ଦର ଉପହାର ପ୍ରଦାନ କରିଥାଆନ୍ତି । ଗୁରୁ ମଧ୍ୟ ଶିଷ୍ୟର ଉଜ୍ଜ୍ବଳ ଭବିଷ୍ୟତ କାମନା ପୂର୍ବକ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି । ଦାମନଯୋଡି ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ, ସରସ୍ୱତୀ ବିଦ୍ୟା ମନ୍ଦିର, ମାଥାଲପୁଟ ସ୍ଥିତ ମାଲୁସାନ୍ତା ଉଚ୍ଚ ବିଦ୍ୟାଳୟ, ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭେଜାପୁଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସରକାରୀ ମାଧ୍ୟମିକ ବିଦ୍ୟାଳୟ ଆଦିରେ ଗୁରୁଦିବସ ପାଳିତ ହୋଇଯାଇଛି । ଏତଦ୍ ବ୍ୟତୀତ ଦାମନଯୋଡି ଆଖପାଖ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଗୁରୁଦିବସ ପାଳନ ହୋଇଯାଇଛି ।

38
6098 views