logo

ସେବା ସଂଗଠନ ପକ୍ଷଗୋପବନ୍ଧୁରୁ ଆର୍ଥିକ ସହାୟତା ପ୍ରଦାନ ।



ଅନୁଗୋଳ (କରୁଣା କର ନାୟକ)୪/୯ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଆଠମଲ୍ଲିକ ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିଥାନ୍ତି I ବୁଧବାର କିଶୋରନଗର ଅଂଚଳ କସ୍ତୁରୀବାହାଳ ଗ୍ରାମର ଜଣେ କ୍ୟାନ୍ସର ରୋଗୀ ସଂଜିତ ରଣାଙ୍କ ଦୀର୍ଘଦିନ ହେଲାଣି କ୍ୟାନ୍ସରରୋଗରେ ପୀଡିତ ହୋଇ ଅର୍ଥଅଭାବରୁ ଚିକିତ୍ସିତ ନହୋଇ ପାରି ଅନେକ ଦୁଃଖ ଦୁର୍ଦିନରେ ଦିନ କାଟୁଛନ୍ତି I ସଂଜିତଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳନଥିବା ଖବର ପାଇ ଗୋପବନ୍ଧୁ ସେବା ସଂଗଠକ ପକ୍ଷରୁ ସଂଜିତଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି I ସଂଗଠନ ପକ୍ଷରୁ ସନ୍ତୋଷ ମେହେର, ଅଭିରାମ ମେହେର, ସୀତାକାନ୍ତ ପ୍ରସାଦ ହୋତା, ଦେବରାଜ ନାୟକ, ନୀଳମାଧଵ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଛନ୍ତି I ସଂଜିତଙ୍କ ଏଭଳି ଅବସ୍ଥାରେ ପ୍ରଶାସନପକ୍ଷରୁ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗେଇ ଦେବାକୁ ସଂଗଠନର ସଦସ୍ୟ ସନ୍ତୋଷ ମେହେର ଅନୁରୋଧ କରିଛନ୍ତି I

3
2928 views