ଓଡ଼ିଶା ଡ୍ରାଇଭର ମହାସଂଘ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଦିବସ ପାଳନ
ଆଜି ତାରିଖ ୧ ସେପ୍ଟେମ୍ବର ୨୦୨୪ ରବିବାର ଦିନ ଓଡ଼ିଶା ଡ୍ରାଇଭର ମହାସଂଘ କୋମନା ବ୍ଲକ ପକ୍ଷରୁ ଡ୍ରାଇଭର ଦିବସ ପାଳିତ ହୋଇଛି ।ଏଥିରେ କୋମନା ବ୍ଲକ୍ ର ସମସ୍ତ ଶତାଧିକ ଡ୍ରାଇଭର କୋମନା ପୁରୁଣା ବ୍ଲକ ଠାରୁ ଷ୍ଟେଟ ବ୍ୟାଙ୍କ ପର୍ଯ୍ୟନ୍ତ ରେଲ୍ଲି କରି ଧାନ ମଣ୍ଡି ପରିସରରେ କାର୍ଯ୍ୟକ୍ରମ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋମନା ଥାନା ଅଧିକାରୀ ଙ୍କୁ ମୁଖ୍ୟ ଅତିଥି ରୂପେ ଓ ସ୍ଥାନୀୟ ସରପଞ୍ଚ ଙ୍କୁ ଅତିଥି ରୂପେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ସଭାରେ ନୂଆପଡ଼ା ଡ୍ରାଇଭର ମହାସଂଘ ଜିଲ୍ଲା କମିଟି , ବ୍ଲକ କମିଟି,ସମସ୍ତ ପଞ୍ଚାୟତ କମିଟି ଏବଂ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ,ପରିଶେଷରେ ବୟସ୍କ ଡ୍ରାଇଭର ମାନଙ୍କୁ ସମ୍ମାନ ପତ୍ର ଓ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସଭା କୁ ଏଡମିନ ଦେବରାଜ ଦୂରିଆ ଓ ଦୁର୍ଗାଚରଣ ବିଶି ସଞ୍ଚାଳନ କରିଥିଲେ ।