logo

ଜନ ପ୍ରତିନିଧି ମାନଙ୍କୁ ନେଇ ସୁଭଦ୍ରା ଯୋଜନା ସଂପର୍କୀତ କର୍ମଶାଳା ।



ଅନୁଗୋଳ (କରୁଣା କର ନାୟକ)୩୧/୮ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ପଞ୍ଚାୟତ ସମିତି ସଭା ଗୃହ ଠାରେ ଭାରାପ୍ରାପ୍ତ ଉପ ଜିଲ୍ଲାପାଳ ପ୍ରଭୂ ପୀୟୂଷ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତେଜସ୍ଵୀନୀ ବେହେରା ଉପସ୍ଥିତ ଥିବା ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ସୁଭଦ୍ରା ଯୋଜନା ର ଉଦ୍ଦେଶ୍ୟ ,ଲାଭ, ଯୋଗ୍ୟତା ର ମାନଦଣ୍ଡ ତଦାରଖ ଓ ସ୍ବଚ୍ଛତା ଦିଗରେ ସରକାରଙ୍କ ଦ୍ଵାରା ଜାରି ନିର୍ଦେଶନାମା ସମନ୍ଧ ରେ ସୂଚନା ଦେବା ସହ ଯୋଜନା ର ସୁଫଳ କିପରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳିବ ସେ ଦିଗରେ ସମସ୍ତ ଙ୍କ ସହଯୋଗ ଲୋଡିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଷୌଭାଗ୍ୟ ବେହେରା ବୈଠକ ରେ ଯୋଗଦେଇ ସୁଭଦ୍ରା ଯୋଜନା ର ପରିଚାଳନା ତଦାରଖ ପାଇଁ ଗଠିତ କମିଟି ବିଷୟରେ ସୂଚନା ଦେଇଥିଲେ । ଓ ସ୍ବଚ୍ଛତା ଦିଗରେ ସରକାର ନେଇଥିବା ପଦକ୍ଷେପ ସମ୍ବନ୍ଧରେ ଜଣାଇଥିଲେ । ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତରଙ୍ଗିଣୀ ମିର୍ଦ୍ଧା ଜଣାଇ ଥିଲେ ଯେ ଦିନ ୧୦ ରୁ ଦିନ ୦୫ ଟା ପର୍ଯ୍ୟନ୍ତ ଏକ ସହାୟତା ଡେକ୍ସେ ମଧ୍ୟ ଉପରୋକ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରେ ଖୋଲା ରହିବ । ଯାହାର ନିଃଶୁକ୍ଳ ନଂ ୦୬୭୬୩୨୫୯୦୦୯ରହିଅଛି । ଜନ ସାଧାରଣ ଙ୍କୁ ରାଜ୍ୟ ନିଶୁଳ୍କ ନଂ ୨୪୬୭୮ ସହ ଉପରୋକ୍ତ ନମ୍ବର୍ କୁ ମଧ୍ୟ ଯୋଗାଯୋଗ କରି ଯୋଜନା ସମ୍ପର୍କ ରେ ସୂଚନା ପାଇପାରିବେ ବୋଲି ଶ୍ରୀମତୀ ମିର୍ଦ୍ଧା ଯାଇଥିଲେ । ପରି ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତନ୍ମୟ ରଞ୍ଜନ ପାତ୍ର ଧନ୍ୟବାଦ୍ ଦେଇଥିଲେ ।

28
4245 views