logo

ନାଲକୋ ପଞ୍ଚପଟ୍ଟମାଳୀ ବକ୍ସାଇଟ ଖଣିକୁ ୫ତାରକା ପୁରସ୍କାର

ଦାମନଯୋଡ଼ି,୨୯/୦୮:ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ'ର ପଞ୍ଚପଟ୍ଟମାଳୀ ସାଉଥ ବ୍ଲକ ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ '୫ତାରକା ମୂଲ୍ୟାୟନ' ପ୍ରଦାନ କରାଯାଇଛି।ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ମାନଦଣ୍ଡ ନେଇ ମୂଲ୍ୟାୟନ କରାଯାଇଥାଏ।୨୦୨୨-୨୩ ବର୍ଷ ପାଇଁ ନାଲକୋ ପଞ୍ଚପଟ୍ଟମାଳୀ ସାଉଥ ବ୍ଲକକୁ ଏହି ପୁରସ୍କାର ମିଳିଛି। ଚଳିତ ମାସ ୮ତାରିଖରେ ନୂଆଦିଲ୍ଲୀ ସ୍ଥିତ ଡ଼ଃ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଉତ୍ସବରେ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଜି.କିଶନ ରେଡ୍ଡୀ ଏଵଂ କେନ୍ଦ୍ର କୋଇଲା ଓ ଖଣି ବିଭାଗ ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଠାରୁ ନାଲକୋ ଖଣି ବିଭାଗ ସମୂହ ମହାପ୍ରବନ୍ଧକ ବେଦୁଲା ସୁରେନ୍ଦ୍ର ସାଇ ଆନନ୍ଦ ଓ ମହାପ୍ରବନ୍ଧକ ରାଜେଶ ଜଗଦୀଶ ରାଓ ଭିନଚୁରକର ଏହି ପୁରସ୍କାର ଗ୍ରହଣ କରିଥିଲେ।

36
2732 views