Satarka : ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ଉଦ୍ୟମ କରାଯିବ
Satarka : ଗତ ୨୨.୦୯.୨୦୧୬ ରିଖରେ ପ୍ରକାଶିତ ଓଡିଶା ରାଜପତ୍ର ଅଧୂସୂଚନା ସଂଖ୍ୟା ୨୦୩୪୮ ଅନୁଯାୟୀ ନିମ୍ନଲିଖୂତ ନିର୍ଦ୍ଦେଶ ଜାରି କରାଯାଇଥିଲା । ୧) ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ଉଦ୍ୟମ କରାଯିବ୨ ) ସମସ୍ତ ବିଭାଗରେ ଓଡିଆ ଭାଷାରେ ହସ୍ତଗତ ହେଉଥିବା ଦରଖାସ୍ତ ପତ୍ରର ଫଏସଲା କରାଯାଇ ଆବେଦନକାରୀଙ୍କୁ ଓଡିଆ ଭାଷାରେ ଜଣାଇ ଦିଆଯିବ୩) ସରକାରୀ ସ୍ତରରେ ବ୍ୟବହାର ହେଉଥିବା ସମସ୍ତ ନିମନ୍ତ୍ରଣ ପତ୍ର, ନାମ ଫଳକ ଓଡିଆ ଭାଷା ଅଥବା ଉଭୟ ଇଂରାଜୀ ଓ ଓଡିଆ ଭାଷାରେ କରାଯିବ୪) ବିଧାନସଭା ସଙ୍କ୍ରାନ୍ତୀୟ ସମସ୍ତ ବିଲ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ କରାଯିବଏତତସହିତ ଓଡିଶା ସରକାରୀ ଭାଷା ଅଧୁନିୟମ, ୧୯୫୪ ର ଧାରା ୨ ର ଉପଧାରା (୨)ମନ୍ତ୍ରୀମଣ୍ଡଳ ସ୍ତରୀୟ ବୈଠକ ନିମିତ୍ତ ପ୍ରସ୍ତୁତ ଚିଠା, କ୍ୟାବିନେଟ ସ୍ମାରକ ପତ୍ର ଇତ୍ୟାଦି ଓଡ଼ିଆ ବା ଉଭୟ ଓଡିଆ ଓ ଇଂରାଜୀ ଭାଷାରେ କରାଯିବ୧) ସମସ୍ତ ସମୀକ୍ଷା ବୈଠକର ବିବରଣୀ ଓଡିଆରେ କରାଯିବ୨) ସମସ୍ତ ଓଡିଶା ରାଜପତ୍ର ବିଜ୍ଞପ୍ତି ଓଡିଆ ବା ଉଭୟ ଇଂରାଜୀ ଓ ଓଡିଆ ଭାଷାରେ କରାଯିବ୩) ସମସ୍ତ ସରକାରୀ ୱେବସାଇଟ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ କରାଯିବ୪) ସମସ୍ତ ପ୍ରେସ ଇସ୍ତାହାର, ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଜ୍ଞପ୍ତି ଓ ସୂଚନାବଳୀ ଇତ୍ୟାଦି ଓଡିଆ ବା ଉଭୟ ଇଂରାଜୀ ଓ ଓଡିଆ ଭାଷାରେ କରାଯିବ