logo

Satarka : ଆସନ୍ତା ମାସ ଭାରତ ଗସ୍ତରେ ଆସୁଛନ୍ତି ଅବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ ।

Satarka : ଆସନ୍ତା ମାସ ଭାରତ ଗସ୍ତରେ ଆସୁଛନ୍ତି ଅବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ । ସେ ଭାରତ ଓ ୟୁଏଇ ମଧ୍ୟରେ ବାଣିଜ୍ୟ ଓ ରାଜନୈତିକ ସମ୍ପର୍କକୁ ମଜବୁତ କରିବା ଦିଗରେ ଆଲୋଚନା କରିବେ। ଏହି ଯାତ୍ରା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶର ଶୀର୍ଷ ନେତାଙ୍କୁ ଭେଟିବେ।ଏହି ଯାତ୍ରା ଆଗାମୀ ଦଶକରେ ଭବିଷ୍ୟତର ସମ୍ପର୍କରୁ ଆହୁରି ପ୍ରଗାଡ କରିବା ଉପରେ କେନ୍ଦ୍ରୀତ ହେବ। ଜଣେ ଅଧିକାରୀ କହିଛନ୍ତିଳ ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କ ଏବେ ଖୁବ୍ ମଜବୁତ ସ୍ଥିତିରେ ରହିଛି। ଏହି ଯାତ୍ରା ବେଳେ ସେହି ଆଧାରକୁ ମଜବୁତ କରିବା ଆଗାମୀ ଦଶକ ଆଡକୁ ବଢିବା ଓ ୟୁଏଇର ଭବିଷ୍ୟତର ନେତୃତ୍ବ ସହିତ ଘନିଷ୍ଠ ସମ୍ପର୍କ ରଖିବା ନେଇ ଜୋର ଦେବ।’

ଯାତ୍ରା ବେଳେ କୌଣସି ପ୍ରକାର ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ନାହିଁ ବୋଲି କୁହାଯାଉଛି। ତେବେ ଦୁଇ ପକ୍ଷ ମଧ୍ୟରେ ବ୍ୟାପାରରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ର ଉପରେ ଚର୍ଚ୍ଚା ହେବାର ଆଶା ରହିଛି। ଏହି ଯାତ୍ରା ନିକଟରେ କିଛି ବର୍ଷରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ହାଇ-ପ୍ରୋଫାଇଲ ଯାତ୍ରା ପରେ ହେବ।

ପିଏମ୍ ମୋଦି ୨୦୧୫ ରୁ ୟୁଏଇ ୭ ଥର ଯାତ୍ରା କରିଦାରିଛନ୍ତି।ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ ଶେଷ ଥର ସେପ୍ଟେମ୍ବର ୨୦୨୩ରେ ଭାରତ ଗସ୍ତ କରିଥିଲେ। ସେ ନିଜର ପୁଅ ଶେଖ ଖାଲିଦ(୪୨)ଙ୍କୁ ମାର୍ଚ୍ଚ ୨୦୨୩ ରେ ଅବୁଧାବିର କ୍ରାଉନ ପ୍ରିନ୍ସ ଘୋଷିତ କରିଥିଲେ। ସେବେଠାରୁ ଖୁବ୍ କମ୍ ବିଦେଶ ଯାତ୍ରା କରିଛନ୍ତି ଶେଖ୍ ଖାଲିଦ। ଗତ ବଶ; ମଇରେ ସେ ମାଲେସିଆ ଗସ୍ତ କରିଥିଲେ।

10
4742 views